Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ବର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୪୮ ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ
  • ||

ମହମ୍ମଦ କୈଫ ସାଥି ଖେଳାଳିଙ୍କୁ କ୍ଷମା ମାଗିଲେ, ୧୬ ବର୍ଷ ପରେ କଲେ ଅନୁତାପ, କିନ୍ତୁ କାହିଁକି ?

26/07/2020 at 3:19 PM

ନୂଆଦିଲ୍ଲୀ, ୨୬|୦୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ନିଜ କ୍ୟାରିଅରରେ ଫିଲ୍ଡିଂ ପାଇଁ ଚର୍ଚ୍ଚାରେ ରହିଥିଲେ । ଏପରିକି ସେ ରୋମାଞ୍ଚକର ସମୟରେ ମଧ୍ୟ ଦଳକୁ ବିଜୟ ଉପହାର ଦେଇଛନ୍ତି । ତେବେ ଏକ କ୍ୟାଚ୍ ପାଇଁ ସେ ୧୬ ବର୍ଷ ପରେ ନିଜ ସାଥି ଖେଳାଳିଙ୍କୁ କ୍ଷମା ମାଗିଛନ୍ତି । ସେ ପାକିସ୍ତାନ ଗସ୍ତରେ ନେଇଥିବା ଏକ ଆକର୍ଷଣୀୟ କ୍ୟାଚ୍‌ର ଭିଡିଓ ସେୟାର କରିଛନ୍ତି ।

କୈଫ୍ ଯେଉଁ ଭିଡିଓ ସେୟାର କରିଛନ୍ତି ତାହାର କ୍ୟାପସନରେ ଲେଖିଛନ୍ତି ଯେ, ଭାରତୀୟ ଖେଳାଳି ଅସମ୍ଭବକୁ ପିଛା କରିଥାନ୍ତି । ଏହାକୁ ଦୁଇ ହାତରେ ଧରି ପକାଇଥାନ୍ତି । ସରି ବଦାନୀ ଭାଇ ବୋଲି ସେ ଲେଖିଛନ୍ତି ।

ସୂଚନାନୁସାରେ, ଭାରତୀୟ ଦଳ ୨୦୦୪ରେ ପାକିସ୍ତାନ ଗସ୍ତ କରିଥିଲା । ଏହି ଗସ୍ତରେ କରାଚୀରେ ଦିନିକିଆ ମ୍ୟାଚ୍ ଖେଳା ଯାଉଥିଲା । ଯାହା ବହୁତ ରୋମାଞ୍ଚକର ଥିଲା । ଭାରତ ପାକିସ୍ତାନକୁ ୩୫୦ ରନ୍‌ର ଲକ୍ଷ୍ୟ ଦେଇଥିଲା ।ପାକିସ୍ତାନ ବିଜୟଠୁ ମାତ୍ର ୧୦ ରନ୍ ଦୂରରେ ଥିଲା । ଦଳ ସହଜରେ ବିଜୟ ଆଡକୁ ମୁହାଁଉଥିଲା । ସେହି ସମୟରେ ସୋଏବ ମଲିକ ଏକ ବଡ ସଟ୍ ଖେଳିଥିଲେ । ଭାରତୀୟ ଖେଳାଳି ହେମଙ୍ଗ ବଦାନୀ କ୍ୟାଚ୍ ଧରିବା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ କୈଫ୍ ଡାଇଭ୍ ମାରି କ୍ୟାଚ୍ ଧରି ଦେଇଥିଲେ ।

ଏହି ମ୍ୟାଚକୁ ଭାରତ ୫ ରନ୍‌ରେ ଜିତି ନେଇଥିଲା । କୈଫଙ୍କ ଦ୍ୱାରା ନିଆଯାଇଥିବା କ୍ୟାଚ୍ ମ୍ୟାଚର ମୋଡ ବଦଳାଇ ଦେଇଥିଲା । କୈଫ ଭାରତର ଜଣେ ଭଲ ଫିଲ୍ଡର୍ ଭାବେ ପରିଚିତ । ବ୍ୟାଟିଂ ଅପେକ୍ଷା ସେ ଫିଲ୍ଡିଂରେ ଅଧିକ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ, କୈଫ୍ ୧୨୫ଟି ଦିନିକିଆ ମ୍ୟାଚ୍ ଖେଳି ୫୫ଟି କ୍ୟାଚ୍ ନେଇଛନ୍ତି । ସେ ଟେଷ୍ଟରେ ୧୪ଟି କ୍ୟାଚ୍ ନେଇଛନ୍ତି । ଏହାସହ ନେଟଓ୍ୱେଷ୍ଟ୍ ମ୍ୟାଚରେ ସେ ୮୭ ରନ୍‌ର ଆକର୍ଷଣୀୟ ପାଳି ଖେଳିଥିଲେ ।

   Related Posts