ଶ୍ରୀରାମଙ୍କ ମୁସଲିମ ଭକ୍ତ: ରାମ ମନ୍ଦିର ନିର୍ମାଣ ପାଇଁ ଦୁର୍ଲଭ ରାମ ଅଭିଷେକ ଅଷ୍ଟଧାତୁ ମୁଦ୍ରା ଦାନ କରିବେ ମହମ୍ମଦ ଇସଲାମ

Published By : Prameya-News7 Bureau | March 05, 2020 IST

ଆଜମଗଢ ୦୫।୦୩- ଅଯୋଧ୍ୟା ବିବାଦର ସମାଧାନକୁ ଦଶନ୍ଧି ଧରି ସମୟ ଲାଗିଗଲା, ଜଣା ନାହିଁ କେତେ ଲୋକଙ୍କୁ ଯେ ବଳିଦାନ ଦେବାକୁ ନପଡିଛି। ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର, ଯାହା ସାଂପ୍ରଦୟିକ ସୌହାର୍ଦ୍ଦ୍ୟର ପ୍ରତୀକ ହେବାକୁ ଯାଉଛି। ଆଜମଗଢର ବାସିନ୍ଦା ମହମ୍ମଦ ଇସଲାମ ରାମ ମନ୍ଦିରର ନିର୍ମାଣରେ ସହଯୋଗପୂର୍ବକ ପ୍ରାଚୀନ  ଅଷ୍ଟଧାତୁ ମୁଦ୍ରା ଦାନ କରିବେ। ଏହି ମୁଦ୍ରାରେ ଭଗବାନ ରାମ, ସୀତାଙ୍କ ସହିତ ହନୁମାନଙ୍କ ଚିତ୍ର ରହିଛି। ଏହି ମୁଦ୍ରାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ମହମ୍ମଦ ଇସଲାମ ଶୀଘ୍ର ହିଁ ଅଯୋଧ୍ୟା ଆସି  ମହନ୍ତ ନୃତ୍ୟଗୋପାଳ ଦାସଙ୍କୁ ଏହି ପୌରାଣିକ ମହତ୍ଵ ବିଶିଷ୍ଟ ମୁଦ୍ରା ପ୍ରଦାନ କରିବେ। ଇସଲାମ ଏହି ମୁଦ୍ରା ଦେଇ ମହନ୍ତଙ୍କୁ ଅନୁରୋଧ କରିବେ ଯେ, ଏହି ମୁଦ୍ରାକୁ ବିକ୍ରି କରି ଯେଉଁ ଅର୍ଥ ମିଳିବ, ସେଥିରେ ଗୋଟିଏ ଇଟା ହେଉ ପଛେ ତାହା ମନ୍ଦିର ନିର୍ମାଣରେ ନିଶ୍ଚୟ ଲଗାଇବେ। ଇସଲାମଙ୍କ ଅନୁସାରେ ଆହ୍ଲା ଓ ଭଗବାନ ଏକ। ସେ କୁହନ୍ତି ଯେ, ଆମେ ଭଗବାନ ଓ ଆହ୍ଲାଙ୍କୁ ନିଜର ସ୍ଵାର୍ଥ ପାଇଁ ବାଣ୍ଟିଛନ୍ତି। ଯେବେ ଏହି  ମନ୍ଦିର ହିନ୍ଦୁ ଓ ମୁସଲିମ ଦୁହିଁଙ୍କ  ସହଯୋଗରେ ନିର୍ମାଣ ହେବ ତେବେ କେବଳ ଦେଶରେ ନୁହଁ ବରଂ ପୂରା ଦୁନିଆରେ ସୌହାର୍ଦ୍ଦ୍ୟର ସନ୍ଦେଶ ଯିବ।

{"id":233493,"sizeSlug":"large"}

ମୂଳତଃ ଜିଲ୍ଲାର ନିଜାମବାଦ ତହସିଲ ଅନ୍ତର୍ଗତ ମଜଭିଟା ଗାଁର ବାସିନ୍ଦା ମୁନସି ସଇଦ ମହମ୍ମଦ ଇସଲାମ  ଗତ ତିନି ଦଶନ୍ଧିରୁ ସହରର ସୀତାରାମ ମୋହଲ୍ଲାରେ ରହି ଆସୁଛନ୍ତି। ପରିବାର ବଢିବାରୁ ସେ ନିଜର ପୈତୃକ ଗାଁରେ ପୁରୁଣା ଘରକୁ ଭାଙ୍ଗି ନୂତନ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯ ନଭେମ୍ବର ୩୦ରେ ଯେବେ ଘରର ଫାଉଣ୍ଡେସନ ଖୋଳା ଯାଉଥିଲା ତେବେ ସେଥିରୁ ଦୁଇଟି ପ୍ରାଚୀନ ମୁଦ୍ରା ମିଳିଥିଲା। ଅଷ୍ଟଧାତୁରେ ନିର୍ମିତ ଏହି ମୁଦ୍ରାରେ ଭଗବାନ ଶ୍ରୀରାମ, ଜାନକୀ ଓ ହନୁମାନଙ୍କ ଚିତ୍ର ରହିଥିଲା। ଇସଲାମ ଏହାର ଧାର୍ମିକ ମହତ୍ଵକୁ ବୁଝିଥିଲେ ଏବଂ ନିଷ୍ପତ୍ତି ନେଇଥିଲେ ଯେ, ଏହି ମୁଦ୍ରାଙ୍କୁ ଭଗବାନଙ୍କ କାମରେ ହିଁ ଲଗାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.