Covid ସମୟରେ ବିଶ୍ୱ ରେକର୍ଡ: ଦୌଡ଼ରେ ନୂଆ କିର୍ତ୍ତିମାନ ସ୍ଥାପନା କଲେ ମହମ୍ମଦ ଫରାହ ଓ ସିଫାନ୍ ହସନ୍

Published By : Prameya-News7 Bureau | September 05, 2020 IST

ବ୍ରସେଲସ୍‌ ୫।୯: କୋଭିଡ-୧୯ ମହାମାରୀ ଯୋଗୁ ସାରା ବିଶ୍ୱରେ ଖେଳକୁଦ ବନ୍ଦ ରହିଛି। ଏଥିରେ ଅନୁଷ୍ଠିତ ଭେନ୍‌ଡେମ୍‌ ମିଟିଂ ସ୍ମାରକ ଘଣ୍ଟିକିଆ ଦୌଡରେ ପୂର୍ବରୁ ୪ ଥର ଅଲିମ୍ପିକ୍‌ ଚାମ୍ପିୟନ ମହମ୍ମଦ ଫରାହ ଓ ସିଫାନ୍‌ ହସନ୍ ନୂଆ ରେକର୍ଡ କାୟମ କରିଛନ୍ତି। ବିନା ଦର୍ଶକରେ ଅନୁଷ୍ଠିତ ପ୍ରତିଯୋଗୀତାରେ ନେଦର ଲ୍ୟାଣ୍ଡର ସିଫାନ ହସନ୍‌ ଇଥିଓପିଆର ଡିରେ ଟୁନେଙ୍କ ୧୮.୫୧୭ କିଲୋମିଟରର ରେକର୍ଡ ଭାଙ୍ଗିଛନ୍ତି।

{"id":325502,"sizeSlug":"large"}

ସିଫାନ୍‌ ଗୋଟିଏ ଘଣ୍ଟା ଦୌଡି ୧୮.୯୩୦ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି। ଡିରେ ୨୦୦୮ ମସିହାରେ ଓଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ୍ ମିଟିଂରେ ୧୮.୫୧୭ କିଲୋମିଟରର କିର୍ତ୍ତିମାନ ସ୍ଥାପନା କରିଥିଲେ। ସେହିପରି ମିଟିଂର ଶେଷ ପର୍ଯ୍ୟାୟ ଡାୟମଣ୍ଡ ଲିଗ୍ ସିରିଜରେ ମହମ୍ମଦ ଫରାହ ୧୩ ବର୍ଷ ପୂର୍ବେ  ହେଲେ ଗ୍ରେବସେ ଲାସୀ ଗୋଟିଏ ଘଣ୍ଟା ଦୌଡି ସ୍ଥାପନା କରିଥିବା ୨୧.୨୮୫ କିଲୋମିଟରର କିର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି।

{"id":325503,"sizeSlug":"large"}

ଫରାହ ୨୧.୩୩୦ କିଲୋମିଟରର ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି। ଏହି ଦୌଡ ପ୍ରତିଯୋଗୀତାରେ ବ୍ରିଟିଶ ଧାବକ ଫରାହଙ୍କ ସହ ବଶୀର ଅବଦୀ ମଧ୍ୟ ଥିଲେ। ତେବେ ଫରାହଙ୍କ ଠାରୁ ବଶୀର ମାତ୍ର ୮ ମିଟର ପଛରେ ରହିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.