ଜୁନ ୨୮ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ମହାକାଲ ମନ୍ଦିର: ପ୍ରବେଶ ପାଇଁ ରହିଛି ଏହିସବୁ ନିୟମ

Published By : Prameya-News7 Bureau | June 11, 2021 IST

ଉଜ୍ଜେନ ୧୧/୦୬ : କରୋନା ଯୋଗୁ ଦେଶର ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥଳ ବନ୍ଦ ରହିଛି । ଉଜ୍ଜେନର ପ୍ରସିଦ୍ଧ ମହାକାଲ ମନ୍ଦିର ମଧ୍ୟ ବନ୍ଦ ରହିଛି । ଚଳିତ ମାସ ୨୮ ତାରିଖରୁ ମନ୍ଦିର ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ଆଣ୍ଟିଜେନ ଟେଷ୍ଟ ସୁବିଧା ମନ୍ଦିରରେ ହିଁ ରହିବ । ଏହାସହ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ବା ଭ୍ୟାକସିନ ସାର୍ଟିଫିକେଟ ଦେଖାଇବା ପରେ ପ୍ରବେଶ ଅନୁମତି ମିଳିବ ।

ଉଜ୍ଜେନ ବିପର୍ଯ୍ୟୟ ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା ଜୁନ ୨୮ ତାରିଖରେ ମହାକାଲ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯିବ । ଏହାସହ ହରିସିଦ୍ଧି ମନ୍ଦିର, କାଲ ଭୈରବ ଓ ମଙ୍ଗଳନାଥ ମନ୍ଦିର ମଧ୍ୟ ଜୁନ ଶେଷ ସପ୍ତାହକୁ ଖୋଲିବ । ଏହିସବୁ ମନ୍ଦିର ପର୍ଯ୍ୟାୟ କ୍ରମେ ଖୋଲିବ ଯେପରି ଶ୍ରଦ୍ଧାଳୁଙ୍କ ଭିଡ ନ ହୁଏ । ଜିଲ୍ଲାର ଅନ୍ୟ ସବୁ ମନ୍ଦିର ଶୁକ୍ରବାର ଠାରୁ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଥରକେ ମାତ୍ର ୪ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ । ଏହାସହ ଉଜ୍ଜେନରେ ପୁରା କ୍ଷମତା ସହ ବଜାର ଖୋଲିବାକୁ ମଧ୍ୟ ଅନୁମତି ମିଳିଛି ।

{"id":464620,"sizeSlug":"large","linkDestination":"none"}

ଉଜ୍ଜେନ ବୃହସ୍ପତି ଭବନରେ ବିପର୍ଯ୍ୟୟ ପରିଚାଳନା ବୈଠକ ବସିଥିଲା । ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ମୋହନ ଯାଦବ, ବିଧାୟକ ପାରସ ଜୈନ, ସାଂସଦ ଅନିଲ ଫିରୋଜିୟା, ଜିଲ୍ଲା ଅଧିକାରୀ ଆଶିଷ ସିଂହ, ଏସପି ସତ୍ୟେନ୍ଦ୍ର ଶୁକ୍ଲାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ସହରକୁ ସମ୍ପୂର୍ଣ୍ଣ ଅନଲକ କରିବାକୁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ସକାଳ ୬ଟା ରୁ ସନ୍ଧ୍ୟା ୭ଟା ଯାଏଁ ବଜାର ଖୋଲା ରହିବ ।

ବୈଠକରେ ଜିଲ୍ଲା ଅଧିକାରୀ ଆଶିଷ ସିଂହ କହିଛନ୍ତି ଯେ ମହାକାଲ ମନ୍ଦିର, କାଳଭୈରବ ମନ୍ଦିର ଓ ମଙ୍ଗଳନାଥ ମନ୍ଦିରକୁ କେବଳ ଉଜ୍ଜେନର ନୁହେଁ ବରଂ ଦେଶ-ବିଦେଶରୁ ଅନେକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିବେ । ଯେଉଁମାନେ ଭ୍ୟାକସିନ ନେଇଛନ୍ତି ସେମାନଙ୍କୁ ଜୁନରୁ ପ୍ରବେଶ ପାଇଁ ଅନୁମତି ମିଳିବ କିମ୍ବା ଯେଉଁମାନଙ୍କ ପାଖରେ ୪୮ ଘଣ୍ଟା ପୂର୍ବର ନେଗେଟିଭ ରିପୋର୍ଟ ଥିବ । ତାଛଡା ମହାକାଲ ମନ୍ଦିର ବାହାରେ କରୋନା ଟେଷ୍ଟ ପାଇଁ ଏକ ୟୁନିଟ ମଧ୍ୟ ରଖାଯିବ । ଯଦି କୌଣସି ଶ୍ରଦ୍ଧାଳୁ ନ ଜାଣି ମନ୍ଦିର ଆସନ୍ତି ତାହେଲେ ଆଣ୍ଟିଜେନ ଟେଷ୍ଟ କରି ରିପୋର୍ଟ ଆସିବା ପରେ ଦର୍ଶନ କରିପାରିବେ । ଜିଲ୍ଲା ଅଧିକାରୀ କହିଛନ୍ତି, ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର ସମିତି ବୈଠକ ବସିବ ଓ ଗାଇଡଲାଇନ ଧାର୍ଯ୍ୟ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.