Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଅଡୁଆରେ ଇମ୍ରାନ ସରକାର, ପାକିସ୍ତାନରେ ବି ଜୋର ଧରିଲା ବିଭାଜନ ଦାବି

6/08/2019 at 2:39 PM

ନୂଆଦିଲ୍ଲୀ ୬/୮: ସବୁବେଳେ କାଶ୍ମୀର ନାଁ ଜପ କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି।  ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାପରେ ପାକିସ୍ତାନରେ ପୁଣି ଥରେ ବିଭାଜନ ଦାବି ଜୋର ଧରିଛି। ଭଏସ୍ ଅଫ୍ କରାଚୀ ସଙ୍ଗଠନ ‘ଗ୍ରେଟର କରାଚୀ’ ଦାବି କରିଛି।

ଭଏସ୍ ଅଫ୍ କରାଚୀ ସଙ୍ଗଠନର ମୁଖ୍ୟ ନଦୀମ ନୁସରତଙ୍କ କହିବାନୁସାରେ ଯେବେ​‌ ଯାଏଁ ପାକିସ୍ତାନରେ ବଲୋଚ, ମୋହାରଜୀ, ପସ୍ତୁନମାନେ ଅବହେଳିତ ।ପାକିସ୍ତାନ ସରକାର ସେମାନଙ୍କ ଦାବି ପୂରଣ କରୁନାହିଁ । ନଜଦେଶର କଥା ପାକିସ୍ତାନ ଯେହେତୁ ଠିକରେ ବୁଝୁନାହିଁ ତେଣୁ କାଶ୍ମୀର ମାମଲାରେ ପାକିସ୍ତାନ କିଛି କହିବାର ଅଧିକାର ନାହିଁ। ପାକିସ୍ତାନ ଡରରେ ଆମେରିକାରେ ରହି ନିଜ ସଙ୍ଗଠନ ଚଲାଉଥିବା ନଦୀମ କହିଛନ୍ତି ପାକିସ୍ତାନ କାଶ୍ମୀର ମାମଲାରେ ହସ୍ତକ୍ଷେପ କରିବାର କୈାଣସି ନୈତିକ ଆଧାର ନାହିଁ, କାରଣ ପାକିସ୍ତାନ ନିଜର ଦେଶର ନାଗରିକଙ୍କୁ ମାନବାଧିକାରରୁ ବଞ୍ଚିତ କରୁଛି।

ଜାମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ୩୭୦ଧାରା ଉଚ୍ଛେଦ କରାଯିବା ପରେ ଭାରତ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲା ପାକିସ୍ତାନ । ଏହି ନିଷ୍ପତ୍ତିକୁ ବେଆଇନ ଏବଂ ଏକତରଫା ବୋଲି ପାକିସ୍ତାନ କହିବା ସହ ଏହା ବିରୋଧରେ ମିଳିତ ଜାତିସଙ୍ଘରେ ଆବେଦନ କରିବ ବୋଲି କହିଛି । ସେହିଭଳି ଏହା ବିରୋଧରେ ପାକିସ୍ତାନ ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରିବାକୁ ସଙ୍କଳ୍ପ କରିଥିଲା।

ମୋଦି ସରକାର ଗତକାଲି  ସମ୍ବିଧାନର ୩୭୦ଧାରା ଉଚ୍ଛେଦ କରି ଐତିହାସିକ ନିଷ୍ପତ୍ତି ନେଇଥିଲେ ଯାହା ଦ୍ବାରା ଜାମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ମିଳିଥିଲା। ମୋଦି ସରକାରଙ୍କ ସଙ୍କଳ୍ପ ଅନୁସାରେ ଏବେ ଜାମ୍ମୁ କାଶ୍ମୀର ରାଜ୍ୟ ନ ରହି ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବିଭାଜିତ ହେବ,ଏଥିରୁ ଗୋଟିଏ ଜାମ୍ମୁ କାଶ୍ମୀର ଏବଂ ଆରଟି ଲଦାଖ ହେବ। ଜାମ୍ମୁ କାଶ୍ମୀରରେ ବିଧାନସଭା ହେବ କିନ୍ତୁ ଲଦାଖରେ ବିଧାନସଭା ହେବ ନାହିଁ।    

   Related Posts