Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

କୋହଲୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଏହି ଇଂଲିସ ବୋଲର, କହିଲେ ବର୍ମିଂହମରେ ମୁଁ ଆଉଟ୍ କରିବି ବିରାଟଙ୍କୁ

29/06/2019 at 6:45 PM

ମଞ୍ଚେଷ୍ଟର:  ଏବେ ରୋମାଞ୍ଚକର ହେବାରେ ଲାଗିଛି ଆଇସିସି ୱାର୍ଲଡ କପ୍ ୨୦୧୯। ରବିବାର ବର୍ମିଂହମ ଏଜବେଷ୍ଟନରେ ହେବ ଭାରତ-ଇଂଲଣ୍ଡ ମହାମୁକାବିଲା। ଏଣୁ ମ୍ୟାଚ୍ କୁ ନେଇ ଏବେ ଉଭୟ ଟିମ୍ ର ଖେଳାଳି ବେଶ୍ ଉତ୍ସାହୀ ହୋଇଉଠିଛନ୍ତି । ଏଥିରେ ଗାର୍ଡିଆନ ବ୍ଲଗରରେ ଇଂଲଣ୍ଡ ବୋଲର ମୋଇନ୍ ଅଲ୍ଲୀଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୋଇନ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲୀଙ୍କ ୱିକେଟ୍ ନେବାକୁ ବ୍ଲଗରରେ ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ  ଆଗାମୀ ମ୍ୟାଚ୍ ରେ ଭାରତକୁ ହରାଇ ଖେଳାଳିଙ୍କ ମନବଳ ଭାଙ୍ଗିବା ମଧ୍ୟ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ଉଲ୍ଲେଖ କରିଛନ୍ତି। 

ମୋଇନ ଉଲ୍ଲେଖ କରିଛନ୍ତି ବିଶ୍ୱକପ୍ ରେ ଲଗାତାର ଜିତ ଭାରତୀୟ ଟିମ୍ କୁ ଏବେ ପ୍ରଶଂସାରେ ପୋତି ପକାଉଛି।  ଏଥିରେ ଗୋଟିଏ ହାର ବିରାଟଙ୍କ ଟିମ୍କୁ ବିଶ୍ୱକପ୍ ଟାଇଟଲ ସ୍ୱପ୍ନରୁ ଦୂରେଇ ଦେବ। ନିଜ ଦେଶରେ ଭାରତୀୟ ଟିମ୍ ସୁପରଷ୍ଟାର, ହେଲେ ହାରିଲେ ସେମାନଙ୍କର ଯେପରି ସମାଲୋଚନା ହୁଏ ତାହା ଅନ୍ୟ କେଉଁଦେଶରେ ହୁଏନି। ଏଣୁ ଏବେ ଗୋଟିଏ ପରାଜୟ ହିଁ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଟାଇଟଲରୁ ଦୂରେଇବାରେ ଯଥେଷ୍ଟ ହେବ ବୋଲି କହିଛନ୍ତି ମୋଇନ୍।

ଇଂଲଣ୍ଡ ଟିମ୍ ଅଲରାଉଣ୍ଡର ମୋଇନ ଅଲ୍ଲୀ ସବୁ ଫର୍ମାଟ  କ୍ରିକେଟରେ ବିରାଟଙ୍କୁ ଏପର୍ଯ୍ୟନ୍ତ ୬ ଥର ଆଉଟ୍ କରିଛନ୍ତି। କେତେକ ମ୍ୟାଚ୍ ରେ ବିରାଟଙ୍କୁ ମୁସ୍କିଲରେ ପକାଇବାରେ ମଧ୍ୟ ସେ ସଫଳ ହୋଇଥିବା ଦେଖାଯାଇଛି। ଏଣୁ ବର୍ମିଂହମ ମୁକାବିଲା ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଯଦି ଏହି ମ୍ୟାଚ୍ ରେ ଆୟୋଜକ ଇଂଲଣ୍ଡ ବିଜୟୀ ହୁଏ ସେମିରେ ପହଞ୍ଚିବା ପାଇଁ ରଖିଥିବା ଆଶା ସାକାର କରିବ। ସେହିପରି ଲଗାତାର ଜିତି ଚାଲିଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ରୁ ସିଧା ସେମିକୁ ଟିକେଟ୍ ପାଇବ। ଭାରତ ବିଶ୍ୱକପ୍ ରେ ଏପର୍ଯ୍ୟନ୍ତ ୬ଟିରୁ ୫ଟି ମ୍ୟାଚ୍ ଖେଳି ସବୁ ମ୍ୟାଚ୍ ରେ ବିଜୟୀ ହୋଇଛି।

   Related Posts