Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ: ସାଧାରଣବର୍ଗଙ୍କ ପାଇଁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ, କଂଗ୍ରେସ କହିଲା ଇଲେକ୍ସନ ଗିମିକ୍

7/01/2019 at 6:17 PM

ନୂଆଦିଲ୍ଲୀ ୭|୧: ୧୯ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ଭେଟି ।  ଆର୍ଥିକ କ୍ଷେତ୍ରରେ ପଛୁଆ ସାଧାରଣବର୍ଗଙ୍କ ପାଇଁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାପାଇଁ କାଲି ସଂସଦରେ ସାମ୍ବିଧାନିକ ବିଲ୍ ଉପସ୍ଥାପନ କରିବେ ସରକାର । କ୍ୟାବିନେଟ ନିଷ୍ପତ୍ତିକୁ ଇଲେକ୍ସନ ଗିମିକ୍ କହି କଂଗ୍ରେସ ସମାଲୋଚନା କରିଛି.

ନିର୍ବାଚନ ବର୍ଷରେ ଲୋକଙ୍କୁ ମୋଦି ସରକାରଙ୍କ ଭେଟି । ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନଥିବା ସାଧାରଣବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପାଇଁ କ୍ୟାବିନେଟ ମଞ୍ଜୁର କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସଂରକ୍ଷଣରୁ ବଞ୍ଚିତ ଆର୍ଥିକ ପଛୁଆ ବର୍ଗ ଏଣିକି ସରକାରୀ ଚାକିରି ଓ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ ସୁବିଧା ପାଇବେ। ଭାରତୀୟ ସମ୍ବିଧାନରେ ଆର୍ଥିକ ଆଧାରରେ ସଂରକ୍ଷଣ ଦେବାର କୌଣସି ବ୍ୟବସ୍ଥା ନାହିଁ । ଏଥିପାଇଁ କେନ୍ଦ୍ର ସରକାର କାଲି ସଂସଦରେ ସାମ୍ବିଧାନିକ ସଂଶୋଧନ ବିଲ୍ ଆଣିବେ । ଯେଉଁମାନଙ୍କର ବାର୍ଷିକ ଆୟ ୮ ଲକ୍ଷରୁ କମ୍ ଥିବ ଏବଂ ସେମାନର ୫ଏକରରୁ କମ୍ ଚାଷ ଜମି ଥିବ ସେହିମାନେ ଏହି ସଂରକ୍ଷଣ ବ୍ୟବସ୍ଥାର ଫାଇଦା ନେଇପାରିବେ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସାଧାରଣ ନିର୍ବାଚନ କିଛି ମାସ ପୂର୍ବରୁ ମୋଦି ସରକାରଙ୍କ ଆର୍ଥିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ । ମୋଦିଙ୍କ ଘୋଷଣାକୁ ଇଲେକ୍ସନ ଗିମିକ୍ ବୋଲି କହିଛି କଂଗ୍ରେସ । ସେପେଟ ସରକାରଙ୍କ ନିଷ୍ପତ୍ତିକୁ ମାଷ୍ଟରଷ୍ଟ୍ରୋକ ବୋଲି କହିଛନ୍ତି ଦଳିତ ନେତା ।

ଆର୍ଥିକ କ୍ଷେତ୍ରରେ ପଛୁଆ ରହିଥିବା ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ହେଲେ ସମ୍ବିଧାନର ଧାରା ୧୫ ଓ ୧୬ର ସଂଶୋଧନ ଜରୁରୀ ।  ସାଧାରଣ ନିର୍ବାଚନ ପାଇଁ  ନିର୍ବାଚନ ଆୟୋଗ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଦେଶର ରାଜନୀତିକୁ ସରଗରମ କରିଛି ।

   Related Posts