Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବୁଧବାର ସନ୍ଧ୍ୟା ସାଢେ ୫ଟାରେ ମୋଦି କ୍ୟାବିନେଟ୍‌ ସମ୍ପ୍ରସାରଣ, ଫୋନ କଲ୍‌ ପାଇ ଦିଲ୍ଲୀ ପହଞ୍ଚୁଛନ୍ତି ଜଣେ ପରେ ଜଣେ

6/07/2021 at 8:48 PM

ନୂଆଦିଲ୍ଲୀ ୦୬/୦୭ : କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଆସନ୍ତାକାଲି ଅର୍ଥାତ ବୁଧବାର ସନ୍ଧ୍ୟା ସାଢେ ୫ଟା ରୁ ୬ଟା ମଧ୍ୟରେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳ ବିସ୍ତାର ହେବ ! ଏ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର କିଛି ହେଭିଓ୍ବେଟ୍‌ ଦିଲ୍ଲୀ ପହଞ୍ଚିସାରିଲେଣି । ସେପଟେ କେନ୍ଦ୍ର କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଥାଓ୍ବରଚାନ୍ଦ ଗେହେଲଟଙ୍କୁ କର୍ଣ୍ଣାଟକର ରାଜ୍ୟପାଳ କରାଯାଇଛି । ତେଣୁ ବୁଧବାର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଏକ ପ୍ରକାର ସ୍ପଷ୍ଟ ହୋଇଛି । କ୍ୟାବିନେଟ ବିସ୍ତାର ନେଇ ପ୍ରକ୍ରିୟା ଜୋର ଧରିଥିବା ବେଳେ ଦିଲ୍ଲୀରେ ନେତାଙ୍କ ଭିଡ ଜମିଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ଜୋର୍ତିଆଦିତ୍ୟ ସିନ୍ଧିଆ, ନାରାୟଣ ରାଣେ, ପଶୁପତି ପାରସ, ସୁଶୀଲ ମୋଦି ପ୍ରମୁଖ ଦିଲ୍ଲୀ ପହଞ୍ଚିସାରିଛନ୍ତି । ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ମୋଦିଙ୍କ ଟିମ୍‌ରେ ସାମିଲ ହେବାକୁ ଥିବା ସମ୍ଭାବ୍ୟ ନାଁ ସ୍ପଷ୍ଟ ହେବାରେ ଲାଗିଛି । କ୍ୟାବିନେଟ୍ ରେ ଏବେ ୨୮ ମନ୍ତ୍ରୀ ପଦ ଖାଲି ଅଛି, କୁହାଯାଉଛି ୧୭ରୁ ୨୨ ଜଣ ସାଂସଦ ଶପଥ ନେଇପାରନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କ୍ୟାବିନେଟ୍ ସଂପ୍ରସାରଣ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଟିମ୍‌ରେ ୨୦ ନୂଆ ଚେହେରା ସାମିଲ ହେବାର ସମ୍ଭାବନା ରହିଛି । ୨୦୨୨ ବିଧାନସଭା ନିର୍ବାଚନ ହେବାକୁ ଉତ୍ତରପ୍ରଦେଶ ସହ ପଶ୍ଚିମବଙ୍ଗ, ବିହାର ଏବଂ ମହାରାଷ୍ଟ୍ରରୁ ଅନେକ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ।

ଅନେକ ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଦିଲ୍ଲୀ ପହଞ୍ଚିଗଲେଣି । ଉଜୈନରେ ମହାକାଳଙ୍କ ଦର୍ଶନ କରି ଜ୍ୟୋତିରାଦିତ୍ୟ ସିନ୍ଧିଆ ବାହାରକୁ ଆସିବା ମାତ୍ରେ ତାଙ୍କୁ ଦିଲ୍ଲୀରୁ ଫୋନ୍ ଆସିଥିଲା । ଏହା ପରେ ବାକି ସବୁ କାର୍ଯ୍ୟକ୍ରମ ବାତିଲ କରି ସିନ୍ଧିଆ ଦିଲ୍ଲୀ ବାହାରି ଯାଇଥିଲେ । ଥାବରଚାନ୍ଦ ଗେହେଲଟଙ୍କୁ ସାମାଜିକ ନ୍ୟାୟ ମନ୍ତ୍ରୀ ପଦରୁ ହଟାଇ କର୍ଣ୍ଣାଟକର ରାଜ୍ୟପାଳ ନିଯୁକ୍ତ କରି ଦେବା ସହ ସିନ୍ଧିଆଙ୍କ ପାଇଁ ବାଟ ଖୋଲି ଯାଇଛି । ନାରାୟଣ ରାଣେ ଏବଂ ପଶୁପତି ପାରସଙ୍କୁ ମଧ୍ୟ ଦିଲ୍ଲୀରୁ ଡକରା ଆସିଛି ।

ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଥିବା କିଛି ପ୍ରମୂଖ ନାଁ ହେଉଛି, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ନାରାୟଣ ରାଣେ, ପଶୁପତି ପାରସ, ସୁଶୀଲ ମୋଦି, ସନ୍ତୋଷ କୁଶୱା, ଅନୁପ୍ରିୟା ପଟେଲ ଏବଂ ବରୁଣ ଗାନ୍ଧୀ । ଏନଡିଏ ମେଣ୍ଟ ଭିତରୁ ଯେଉଁ ଦଳକୁ ମନ୍ତ୍ରୀପଦ ମିଳିପାରେ, ସେଭିତରେ ପ୍ରମୂଖ ରହିଛି ଜେଡିୟୁ, ଏଲଜେପିର ପଶୁପତି ପାରସ ଗୋଷ୍ଠୀ ଏବଂ ଉତ୍ତପ୍ରଦେଶରୁ ଅପନା ଦଳ । ପଶୁପତି ପାରସଙ୍କୁ ଦିଲ୍ଲୀରୁ ଫୋନ୍ ଆସିବା ପରେ ବିହାର ରାଜନୀତିରେ ପୁଣି ଚାଚା-ଭତିଜା କଳି ଆରମ୍ଭ ହୋଇଛି । ଚିରାଗ ପାଶୱାନ କହିଛନ୍ତି, ଏଲଜେପି କୋଟାରୁ ପଶୁପତି ପାରସଙ୍କୁ ମନ୍ତ୍ରୀ କରାଗଲେ ସେ କୋର୍ଟର ଶରଣ ନେବେ । ସେପଟେ କିନ୍ତୁ ମନ୍ତ୍ରୀ ଭାବରେ ଶପଥ ନେବା ଲାଗି ପଶୁପତି ଗୋଡ ଟେକି ବସିଛନ୍ତି । ଏନଡିଏ ମେଣ୍ଟରେ ଥିବା ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍‌କୁ ପ୍ରଥମଥର ଲାଗି ମନ୍ତ୍ରୀ ପଦ ମିଳିପାରେ । ଏଭିତରେ ବିହାର ଫର୍ମୂଲାକୁ ଆଧାର କରି ଜେଡିୟୁ ୪ଟି ମନ୍ତ୍ରୀ ପଦ ଦାବି କରୁଥିବା ଚର୍ଚ୍ଚା ହେଉଛି । ଡିଲ୍ ଚୂଡାନ୍ତ କରିବା ଲାଗି ଜେଡିୟୁ ଅଧ୍ୟକ୍ଷ ଆରସିପି ସିଂଙ୍କୁ ଦଳ ଦିଲ୍ଲୀ ପଠାଇଛି । ଏକାଧିକ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀଙ୍କ ଉପରୁ ଅତିରିକ୍ତ ବୋଝ କମାଇବାକୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯାଉଥିବା କୁହାଯାଉଛି । ତେବେ ୨୦୨୨ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ରହିଛି ଫୋକସରେ ।

   Related Posts