Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବରରେ ମୋଦି ରୋଡ଼ ଶୋ ବନାମ ରଘୁନାଥ ପାଲିରେ ନବୀନ ରୋଡ଼ ଶୋ

16/04/2019 at 7:19 PM

ଭୁବନେଶ୍ବର ୧୬/୪: ଭୁବନେଶ୍ବରରେ ମୋଦି ରୋ଼ଡ଼ ସୋ କରିଛନ୍ତି ତ ରାଉରକେଲାରେ ରୋ଼ଡ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାରୁ ରଘୁନାଥପଲ୍ଲି ରୋଡ଼ ସୋ ଯିବା ସହିତ ବିଭିନ୍ନ ସ୍ଥାନରେ ପ୍ରଚାରରେ ଭାଗ ନେଇଥିଲେ। ସେହିପରି   ବରଗଡରେ ନିଜ ନିର୍ବାଚନ ମଣ୍ଡଳୀ  ବିଜେପୁରରେ ମଧ୍ୟ ନବୀନ ଆଜି ପ୍ରଚାର କରିଛନ୍ତି। ଏହି ସମୟରେ  କେନ୍ଦ୍ରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍‌ କରିଛନ୍ତି ନବୀନ । ପ୍ରଚଣ୍ଡ ଖରା ସତ୍ବେ ଲୋକେ ନବୀନଙ୍କୁ ଦେଖିବା ଏବଂ ତାଙ୍କୁ ଶୁଣିବା ପାଇଁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । ବରଗଡ଼ରୁ ଆଜିର ପ୍ରଚାର ଆରମ୍ଭ କରିଥିବା ନବୀନ ଏକାଧିକ ସଭାରେ ଉଦବୋଧନ ଦେଇଛନ୍ତି ।  ସାଧାରଣ ସଭାରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ବରଗଡ, ବରପାଲି ପରେ ବିଜେପୁର ଓ ଗାଇସିଲଟ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ରାଉରକେଲା ରଘୁନାଥପାଲିରେ ମୁଖ୍ୟମନ୍ତ୍ରୀ ହାଇଟେକ୍ ବସ୍‌ରେ ରୋଡ଼ ସୋ କରିଛନ୍ତି । ଗୋଟିଏ ପଟେ ମୋଦି କହୁଛନ୍ତି କେନ୍ଦ୍ର ଚାଉଳକୁ ରାଜ୍ୟ ସରକାର ନିଜ ନାଁ କରିଦେଉଛନ୍ତି। ଏଣେ ନବୀନ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାର ବାଟ ଓଗାଳୁଛନ୍ତି ବୋଲି କହିଛନ୍ତି । ସେ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।  

ଚାଷୀ ଓ ଚାଷ ଲାଗି ତାଙ୍କ ସରକାରଙ୍କ ଗୁରୁତ୍ବ କଥା କହି ବିଜେପି ସରକାରକୁ ତୀବ୍ର ଆକ୍ଷେପ କରିଛନ୍ତି । କୋଶଳୀ ଭାଷାକୁ ସମ୍ବିଧାନରେ ସାମିଲ କରିବା ପାଇଁ ଦାବି କରାଯାଇଥିଲା, କିନ୍ତୁ ଏହା କରାଗଲା ନାହିଁ । ଏଥିନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ଏହାପରେ ରାଉକେଲା ରଘୁନାଥପାଲ୍ଲୀରେ ରୋଡ୍ ସୋ କରିଥିଲେ ନବୀନ। ନବୀନଙ୍କ ସ୍ବତନ୍ତ୍ର ବସ ଏବଂ ଆଗପଛରେ ସାମିଲ ହୋଇଥିବା ଥାଟକୁ ସାଙ୍ଗକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର । ଆସନ୍ତାକାଲି କଟକରେ ରୋଡ ସୋ କରିବେ ନବୀନ ।

   Related Posts