ସରପଞ୍ଚଙ୍କୁ ମୋଦିଙ୍କ ପରାମର୍ଶ: ସେମାନେ ଚାହିଁଲେ ଗାଁରେ କରୋନା ପଶି ପାରିବନି

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ୨୪/୪: ଜାତୀୟ ପଞ୍ଚାୟତିରାଜ ଦିବସରେ ଦେଶବ୍ୟାପୀ ସରପଞ୍ଚମାନଙ୍କ ସହ ଭିଡିଓ କନଫରେସିଂରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗ୍ରାମଞ୍ଚଳର ଅର୍ଥନୀତିକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ସରପଞ୍ଚମାନଙ୍କୁ ମନ୍ତ୍ର ଦେବା ସହ ଗ୍ରାମ ସ୍ବରାଜ ପୋର୍ଟାଲ ଏବଂ ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାସହ କରୋନା ଲଢେଇ ସଂପର୍କରେ ବି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

{"id":259582,"sizeSlug":"large"}

ସରପଞ୍ଚମାନେ ଚାହିଁଲେ ଗାଁରେ କରୋନା ପଶିପାରିବନି।  ଗ୍ରାମପଞ୍ଚାୟତରେ କରୋନାକୁ କେମିତି ମୁକାବିଲା କରାଯିବ ଆଜି ସରପଞ୍ଚମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜି ଥିଲା ଜାତୀୟ ପଞ୍ଚାୟତିରାଜ  ଦିବସ। ତେବେ ମହାମାରୀ କରୋନାର ମୁକାବିଲା ପାଇଁ ଗ୍ରାମାଞ୍ଚଳରେ କିଭଳି ବ୍ୟବସ୍ଥା ରହିଛି ସେନେଇ ସରପଞ୍ଚମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । କରୋନା ଭାଇରସ୍ ବିପର୍ଯ୍ୟୟ ଆମକୁ ଆତ୍ମନିର୍ଭରଶୀଳ ହେବା ଶିଖାଇଛି । କରୋନା ଭାଇରସ୍ ଯୋଗୁଁ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛେ । ଆଗକୁ ଆହୁରି ସମସ୍ୟା ଆସିବ । ଡରି ନଯାଇ ଏହାର ମୁକାବିଲା ଲାଗି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ପ୍ରଧାନମନ୍ତ୍ରୀ ୨ ଗଜ ଦୂରତା ଉପରେ ମଧ୍ୟ ଜୋର ଦେଇଛନ୍ତି।

{"id":259583,"sizeSlug":"large"}

ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ଇ ଗ୍ରାମ ସ୍ବରାଜ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ପଞ୍ଚାୟତକୁ ସଂପୂର୍ଣ୍ଣ ଡିଜିଟାଇଜେସନ କରିବା ଏହାର ଲକ୍ଷ୍ୟ ।  ପଞ୍ଚାୟତର ବିକାଶ ଏବଂ ପାଣ୍ଠି ତଥ୍ୟ ପୋର୍ଟାଲରେ ରହିବ ।  ପୋର୍ଟାଲ ଜରିଆରେ ପଂଚାୟତର ସମସ୍ୟା ଏବଂ  ସମସ୍ତ ତଥ୍ୟ ଗୋଟିଏ ଜାଗାରେ ଉପଲବ୍ଧ ହେବ। ଗାଁର ଯେ କୌଣସି ନାଗରିକ ଏହା ଦ୍ବାରା ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ସବୁ ସରକାରୀ ଯୋଜନା ବିଷୟରେ ଜାଣି ପାରିବେ । ଏଥି ସହ ସ୍ବାମୀତ୍ବ ଯୋଜନାର ବି ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ଡ୍ରୋନ୍ ଜରିଆରେ ଗ୍ରାମ ସଂପତ୍ତିର ମ୍ୟାପିଂ କରାଯିବ । ଏହା ଦ୍ବାରା ଜମିବାଡିକୁ ନେଇ ଗାଁ ଗାଁରେ ଲାଗୁଥିବା କଳି ଝଗଡା ମଧ୍ୟ ଦୂର ହେବ । ୬ଟି ରାଜ୍ୟରେ ଆରମ୍ଭ ହୋଇଛି ସ୍ବାମୀତ୍ବ ଯୋଜନା । ୩ ପଞ୍ଚାୟତ ସଶକ୍ତ ହେଲେ ଅର୍ଥନୀତି ସଶକ୍ତ ହେବ । ଅର୍ଥନୀତି ସଶକ୍ତ ହେଲେ ଦେଶର ଅଭିବୃଦ୍ଧି ଘଟିବ । ତେଣୁ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ କରିବାକୁ ପଡିବ । ଏଥିରେ ସରପଞ୍ଚମାନଙ୍କ ପ୍ରମୁଖ ଭୂମିକା ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.