କରୋନା ପାଇଁ ରାତି ୮ଟାରେ ମୋଦିଙ୍କ ୯ଟି ଟିପ୍ସ…
19/03/2020 at 10:48 PM

ନୂଆଦିଲ୍ଲୀ୧୯/୩: କରୋନା ପୂରା ବିଶ୍ବରେ ଆତଙ୍କିତ ଖେଳାଇ ଦେଇଛି। ଏ ନେଇ ଗୁରୁବାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ ଦେଇଛନ୍ତି। କରୋନା ଭୟଭୀତ ହେବାର ଆବଶ୍ୟତା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦିଙ୍କ ଅଭିଭାଷଣରେ ଦେଶବାସୀଙ୍କୁ ୯ଟି ଟିପ୍ସ ଦେଇଛନ୍ତି।
୧- କରୋନା ପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ। କାମ ନଥିଲେ ବିନା କାରଣରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।
୨- ୬୦ ବର୍ଷ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଘରେ ରୁହନ୍ତୁ।
୩- କରୋନା ବିଶ୍ବକୁ ଆତଙ୍କିତ କରିଛି। ଆସନ୍ତା ମାର୍ଚ୍ଚ ୨୨ ତାରିଖ ସକାଳ ୭ଟାରୁ ରାତି ୯ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ।
୪- ସେହିଦିନ ସମସ୍ତେ ସନ୍ଧ୍ୟା ୫ଟାରେ ନିଜ ଘର ଝରକା, ବାଲକୋନି ସାମ୍ନାରେ ଠିଆ ହୋଇ ପରସ୍ପରକୁ କୃତଜ୍ଞତା ଜଣାଇବା ପାଇଁ ମୋଦୀ ନିବେଦନ କରିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଏହି ସୂଚନା ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ମୋଦିଙ୍କ ପରାମର୍ଶ।
୫- ବିନା କାରଣରେ ଭୟଭୀତ ହୋଇ ହସ୍ପିଟାଲକୁ ଯିବାର ଆବଶ୍ୟକତା ନାହିଁ। ସ୍ବାସ୍ଥ୍ୟଗତ କାରଣରୁ କୌଣସି ସର୍ଜରି କରିବାରେ ଥିଲେ, ବିଳମ୍ବରେ କରିବାକୁ ପରାମର୍ଶ ଦେଇଛନ୍ତି।
୬- ଅର୍ଥମନ୍ତ୍ରୀଙ୍କ ନେତୃତ୍ବରେ ଇକୋନୋମିକ ରେସ୍ପନ୍ସ ଟାକ୍ସ ଫୋର୍ସ ଗଠନ ହେବ।
୭- ଛୁଟିରେ ରହିଲେ କର୍ମଚାରୀଙ୍କ ଦରମା କଟାଯିବ ନାହିଁ।
୮- ଭୟଭୀତ ହୋଇ ରାସନ ସାମଗ୍ରୀ ଅତ୍ୟାଧିକ ମାତ୍ରାରେ କିଣନ୍ତୁ ନାହିଁ।
୯- ଗୁଜବଠାରୁ ଦୂରେଇ ରୁହନ୍ତୁ।