Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ବାଇଡେନ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

20/01/2021 at 11:06 PM

ଓ୍ବାଶିଂଟନ୍‌ ୨୦/୦୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜୋ ବାଇଡେନ୍‌। ତାଙ୍କ ସହ ପ୍ରଥମ ମହିଳା ତଥା ମୂଳ ଭାରତୀୟ କମଳା ହ୍ୟାରିସ୍‌ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ ଟ୍ବିଟ୍‌ରରେ ଲେଖିଛନ୍ତି, ‘ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଜୋ ବାଇଡେନଙ୍କୁ ଶୁଭେଚ୍ଛା। ଭାରତ-ଆମେରିକାର ରଣନୈତିକ ଭାଗିଦାରୀକୁ ମଜଭୁତ କରିବା ପାଇଁ ମୁଁ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ।’

ଏହା ସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ସଫଳତମ କାର୍ଯ୍ୟକାଳ ପାଇଁ ମୋର ଶୁଭକାମନା। ଭାରତ-ଆମେରିକା ଭାଗିଦାରୀ ମୂଲ୍ୟବୋଧ ଉପରେ ଆଧାରିତ। ଆମ ପାଖରେ ପର୍ଯ୍ୟାପ୍ତ ଦ୍ବିପାକ୍ଷିକ ଏଜେଣ୍ଡା ରହିଛି। ଯାହାକି ଆର୍ଥିକ ଏନଗେଜ୍‌ମେଣ୍ଟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବ। ଭାରତ –ଆମେରିକାର ଭାଗିଦାରୀକୁ ଆହୁରି ଆଗକୁ ନେବା ପାଇଁ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ।’  

   Related Posts