Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

‘ଦିଦି’ଙ୍କୁ ତାଙ୍କ ଗଡ଼ରେ ଟକ୍କର ଦେବେ ମୋଦି, ୧୦ ଦୁର୍ଗାପୂଜା ପେଣ୍ଡାଲରେ ଜନତାଙ୍କ ସହ ସିଧା ସମ୍ବାଦ କରିବେ ପ୍ରଧାନମନ୍ତ୍ରୀ

18/10/2020 at 9:53 PM

ନୂଆଦିଲ୍ଲୀ ୧୮।୧୦:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଅଣ୍ଟା ସଳଖିଲେ ମୋଦି। ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ତା ପୂର୍ବରୁ ରାଜ୍ୟରେ ପ୍ରଭାବ ବିସ୍ତାର ଲାଗି ନିଜେ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ସେ ଦଶହରାକୁ ପ୍ରକୃଷ୍ଠ ସମୟ ଭାବେ ବାଛିଥିବା ବେଳେ ପୂଜା ଅବସରରେ ରାଜ୍ୟର ପ୍ରମୁଖ ୧୦ ଦୁର୍ଗାପୂଜା ପେଣ୍ଡାଲରେ ଲୋକଙ୍କ ସହ ସିଧା  ଆଲୋଚନା କରିବାକୁ ମନସ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ରାଜ୍ୟରେ ନିଜର କିଲ୍ଲା ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଗତ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ବିଜେପି ବେଶ୍ ଉତ୍ସାହିତ ଅଛି।  ଏହିକ୍ରମରେ ପାର୍ଟି ଦୁର୍ଗାପୂଜାକୁ ନଜରରେ ରଖି ଖାସ ରଣନୀତି ପ୍ରସ୍ତୁତ କରିଛି। ପଶ୍ଚିମବଙ୍ଗରେ ଦୂର୍ଗାପୂଜା ଏକ ପ୍ରମୁଖ ସାଂସ୍କୃତିକ ଓ ସାମାଜିକ ଉତ୍ସବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୦ଟି ପୂଜା ପେଣ୍ଡାଲରେ ସିଧା ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି।

ବିଜେପି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଅକ୍ଟୋବର ୨୨ ଷଷ୍ଠୀ ଅବସରରେ କୋଲକାତାର ସଲ୍ଟଲେକ୍‌ ଦୁର୍ଗାପୂଜା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବେଙ୍ଗଲର ଲୋକଙ୍କ ସହ ଭର୍ଚୁଆଲ ଆଳାପ କରିବେ। ଏହିପରି ପ୍ରଧାନମନ୍ତ୍ରୀ ରାଜ୍ୟର ୧୦ଟି ପୂଜା ପେଣ୍ଡାଲରେ ଜନତାଙ୍କ ସହ ଲାଇଭ ଆଲୋଚନା କରିବେ। ଏଥିଲାଗି ପଶ୍ଚିମବଙ୍ଗରେ ଏବେ ପୂଜା ପ୍ରସ୍ତୁତିଜୋରସୋର ଚାଲିଛି।

କେତେକ ପୂଜା ପେଣ୍ଡାଲ ବଡ଼ ସ୍କ୍ରିନ ଲଗାଇବାକୁ ବି ବ୍ୟବସ୍ଥାରେ ଲାଗିପଡିଲେଣି। ଗୋଟିଏ ପଟେ ବିହାରରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପଶ୍ଚିମବଙ୍ଗରେ ରହୁଥିବା ବିହାରୀ ମତଦାତାଙ୍କ ଲାଗି ମଧ୍ୟ ଉପଯୋଗୀ ହୋଇପାରିବ ବୋଲି ଏବେ ଦଳ ଆଶା କରୁଛି।

   Related Posts