Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ଇମ୍ରାନଙ୍କୁ ଏବେ ଭାରତ ଆମନ୍ତ୍ରଣ କରିବେ ମୋଦି ସରକାର, ଜାଣନ୍ତୁ କାହିଁକି?

16/01/2020 at 8:55 PM

ନୂଆଦିଲ୍ଲୀ ୧୬।୧:  ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ଆସିବା ଲାଗି ନିମନ୍ତ୍ରଣ ପଠାଯିବ। ଚଳିତବର୍ଷ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ର ଭାରତ ଆୟୋଜକ ହୋଇଛି। ବର୍ଷ ଶେଷ ଆଡକୁ ଏହି ବୈଠକ ଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ଯୋଗଦେବା ଲାଗି ଇମ୍ରାନ ଖାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବ। ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର। ଉଭୟ ଦେଶଙ୍କ ମଧ୍ୟରେ ଆଲୋଚନା ବନ୍ଦ ରହିଥିବା ବେଳେ ପ୍ରଥମଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇମ୍ରାନଙ୍କୁ ଏକତ୍ର ଦେଖାଯିବ।

ଏମିତିରେ ଏସସିଓ ସରକାର ମୁଖ୍ୟଙ୍କ ବୈଠକରେ ବୈଦେଶିକ ମନ୍ତ୍ରୀମାନେ ଯୋଗଦେଇଥାନ୍ତି। ତେବେ କିଛି ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏଥିଲାଗି ଆମନ୍ତ୍ରିତ କରାଯାଇଥାଏ। ଏଥିରେ ପାକିସ୍ତାନ ମଧ୍ୟ ଏସସିଓର ଏକ ସଦସ୍ୟ ରାଷ୍ଟ୍ର। ତେବେ ବୈଠକକୁ କିଏ ଆସୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଛି। ତେବେ ନିୟମ ଅନୁସାରେ ବୈଠକକୁ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ। ତେବେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଇସ୍ଲାମାବାଦ ଗ୍ରହଣ କରିବ। ତେବେ ଏହା ପୂର୍ବରୁ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫ ଭାରତ ଗସ୍ତରେ ଆସିଥିଲେ। ତେବେ ୨୦୧୪ ପରଠାରୁ କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଭାରତ ଆସି ନାହାନ୍ତି।

ତେବେ ଗତ ୨୦୧୭ ମସିହାରେ ଭାରତ ଓ ପାକିସ୍ତାନକୁ ଏସସିଓର ପୂର୍ଣ୍ଣ ସଦସ୍ୟତା ସାଙ୍ଗକୁ ଦାୟିତ୍ୱମଧ୍ୟ ନ୍ୟସ୍ତ କରାଯାଇଛି। ଏଣୁ ଆଗାମୀ ଏସସିଓ ବୈଠକକୁ ଭାରତ ସହ ପାକିସ୍ତାନ ମଧ୍ୟ କାନ୍ଧକୁ କାନ୍ଧ ମିଳାଇ ଆୟୋଜନ କରିବେ। ଏଥିରେ ଇସ୍ଲାମାବାଦ ପ୍ରଧାନମନ୍ତ୍ରୀଙ୍କୁ ଭାରତ ଗସ୍ତ ଅନୁମତି ଦେଉଛି କି ନା ତା ଉପରେ ଏବେ ସମସ୍ତଙ୍କ ନଜର  

   Related Posts