Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ୟୁଏନରେ ପାକିସ୍ତାନର ମୁଖା ଖୋଲିବେ ମୋଦି, ଜାଣନ୍ତୁ ୩୭୦ ହଟିବା ପରେ କାଶ୍ମୀରକୁ ନେଇ କ’ଣ ଥିଲା ତାର ଚାଲ

23/09/2019 at 10:36 PM

ନୂଆଦିଲ୍ଲୀ: ନ୍ୟୁୟର୍କରେ ଜାତିସଂଘର ୭୪ତମ ସାଧାରଣ ଅଧିବେଶନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଅଛନ୍ତି। ଗତମାସରେ ଭାରତ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପ୍ରତ୍ୟାହାର କରିଥିଲେ। ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚାହୁଁଛି। ଏଥିଲାଗି ପାକିସ୍ତାନକୁ ଏପର୍ଯ୍ୟନ୍ତ କୌଣସି ଦେଶର ସମର୍ଥନ ମିଳି ନାହିଁ। ହେଲେ ଜାତି ସଂଘ ସାଧାରଣ ଅଧିବେଶନ ଏଥିଲାଗି ମଞ୍ଚ ହୋଇପାରେ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାବୁଛନ୍ତି। ଏଣୁ ଇମ୍ରାନ ଆମେରିକାରେ ପହଞ୍ଚି ସାରିଥିବା ବେଳେ ସମଗ୍ର ବିଶ୍ୱ ସମ୍ମୁଖରେ ଏବେ ପାକର ମୁଖା ଖୋଲିବା ଲାଗି ପୁରା ପ୍ରସ୍ତୁତି କରିଛନ୍ତି ମୋଦି। ଯାହାର ଟ୍ରେଲର ରବିବାର ହଷ୍ଟନର ‘ହାୱଡି ମୋଦି’ ଦେଖାଯାଇଛି। 

କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ପାକ୍ ର ଷଡଯନ୍ତ୍ର ଏବେ ପଦାରେ ପଡିବ। କାଶ୍ମୀରକୁ ନେଇ ବିଳାପ କରୁଥିବା ପାକିସ୍ତାନ ସରକାର ସେଠାରେ କ’ଣ ଚାହୁଁଛନ୍ତି ଜାତି ସଂଘ ସାଧାରଣ ଅଧିବେଶନରେ ତାର ଚିଠା ଖୋଲିବେ ମୋଦି। ସମ୍ବିଧାନ ସଂଶୋଧନ ଲାଗି ଭାରତ ସରକାର କାଶ୍ମୀରର ସୁରକ୍ଷା କଡାକଡି କରିଥିଲେ। ଏହା ସତ୍ତ୍ୱେ କାଶ୍ମୀରରେ ଏବେବି ୨୭୩ ଜଣ ଆତଙ୍କବାଦୀ ମହଜୁଦ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ୧୦୭ ଜଣ କେବଳ ପାକିସ୍ତାନର। ଏମାନେ କାଶ୍ମୀରକୁ ଆସିଲେ କିପରି ଓ କରିବେ କ’ଣ ମୋଦି ତାର ପୋଲ ଖୋଲିବେ।  

କାଶ୍ମୀରରେ ମହଜୁଦ ଏହି ଆତଙ୍କବାଦୀଙ୍କ ନାମ ଓ ସେମାନେ କାର୍ଯ୍ୟ କରୁଥିବା ସଙ୍ଗଠନର ମଧ୍ୟ ବିସ୍ତୃତ ବିରଣୀର ଗୁଇନ୍ଦା ସୂଚୀ ଏବେ ଗଣମାଧ୍ୟମକୁ ମଧ୍ୟ ମିଳିସାରିଲାଣି। ଯାହା ଏବେ ଜାତିସଂଘରେ ପାକ୍ ର ମୁଖା ଖୋଲିବାକୁ  ଯଥେଷ୍ଟ ହେବ। ଗତ ହାୱଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହାର ସୂଚନା  ମଧ୍ୟ ଦେଇଥିଲେ। କୌଣସ ଦେଶର ନାମ ନ ନେଇ ମୋଦି ନିଜ ଦେଶକୁ ସମ୍ଭାଳିପାରୁନଥିବା ଲୋକେ ଭାରତ ପ୍ରତି ସେମାନଙ୍କ ଘୃଣାକୁ ରାଜନୀତିର ଆଧାର କରିଥିବା କହିଥିଲେ। କେବଳ ସେତିକି ନୁହେଁ ଆମେରିକାର ୯/୧୧ ହେଉ କି ଭାରତର ୨୬/୧୧ ସବୁ ଆତଙ୍କବାଦ ଘଟଣାର ଚେର କେଉଁଠି ତାହା ସମସ୍ତେ ଜାଣନ୍ତି ବୋଲି ମୋଦି କହିଥିବା ବେଳେ କାଶ୍ମୀର ଲାଗି ସେମାନଙ୍କ ଅସଲ ଉଦ୍ଦେଶ୍ୟର ଏବେ ୟୁଏନ ଜେନେରାଲ ଆସେମ୍ବ୍ଲିରେ ପର୍ଦ୍ଦାଫାସ ହେବ।  ଏହାପରେ ଭାରତକୁ କେବେ ଯୁଦ୍ଧର ଧମକ ଦେଉଥିବା ତ କେବେ ପରମାଣୁ ଆକ୍ରମଣର ଡରାଣ ଦେଉଥିବା ପାକିସ୍ତାନର କ’ଣ ହେବ ତାହା ୨୭ ସେପ୍ଟେମ୍ବର ଦିନ ହିଁ ଜଣାପଡିବ।  

   Related Posts