Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ’ ୧୭ ପରେ କଣ ହେବ? ସୋମବାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦୀ

10/05/2020 at 3:19 PM

ନୂଆଦିଲ୍ଲୀ, ୧୦|୦୫: କରୋନା ଭାଇରସର ମହାମାରୀକୁ ରୋକିବା ପାଇଁ ଦେଶରେ ଲକଡାଉନ୍ ପାର୍ଟ୍ ୩ ଲାଗୁ କରାଯାଇଛି । ଏହା ମେ ୧୭ ତାରିଖରେ ସରିବାକୁ ଯାଉଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ୍ ଶେଷ ହେବା ପୂର୍ବରୁ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ସୋମବାର ଦ୍ୱିପ୍ରହର ୩ଟାରେ ଏହି ଆଲୋଚନା ଆରମ୍ଭ ହେବ । ଏହି ଆଲୋଚନାରେ ମେ ୧୭ ପରର ସ୍ଥିତି ବାବଦରେ ଚର୍ଚ୍ଚା ହେବ ।

ଏହି ଆଲୋଚନାରେ ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଧନ ସହ ଅନେକ ବିଭାଗର ସଚିବ ମଧ୍ୟ ଉପସ୍ଥିତ ରହିବେ । ୧୭ ତାରିଖ ପରର ରଣନୀତି ବାବଦରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯିବ ।

ଏହାପୂର୍ବରୁ ମେ ୩ରେ ଲକଡାଉନ ପାର୍ଟ ୨ ଶେଷ ହେବା ପୂର୍ବରୁ ଏପ୍ରିଲ ୨୮ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଏହାପରେ ଲକଡାଉନକୁ ମେ ୧୭ ଯାଏଁ ବୃଦ୍ଧି କରାଯାଇଥିଲା ।

ସୂଚନାଯୋଗ୍ୟ, ରବିବାର ଦ୍ୱିପ୍ରହର ସୁଦ୍ଧା ଦେଶରେ ମୋଟ ମାମଲା ୬୨,୯୩୯କୁ ବୃଦ୍ଧି ପାଇଥିଲା । ଏହାସହ ୨୧୦୯ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

   Related Posts