ଡିସେମ୍ବରରେ ଓଡିଶାରେ ମୁହାଁମୁହିଁ ହେବେ ମୋଦି ଓ ରାହୁଲ, ୨୪ତାରିଖରେ ଖୋର୍ଦ୍ଧା ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | December 06, 2018 IST

ଭୁବନେଶ୍ବର ୦୬|୧୨: ଡିସେମ୍ବର ୧୧  ତାରିଖରେ ୫ଟି ରାଜ୍ୟର ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଉଭୟ କଂଗ୍ରେସ ଓ ବିଜେପି ଓଡିଶାକୁ କରିବ ଫୋକସ । ସେଥିପାଇଁ ରଣନୀତି ପ୍ରସ୍ତୁତ ସରିଛି । ଆସନ୍ତା ୨୪ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ । ଖୋର୍ଦ୍ଧାଠାରେ ହେବାକୁ ଥିବା ସମାବେଶ ରେ ଯୋଗଦେବେ । କେବଳ ଡିସେମ୍ବର ୨୪ତାରିଖ ନୁହେଁ, ଜାନୁଆରୀ ୫ତାରିଖରେ ମଧ୍ୟ ପୁଣି ମୋଦି ଓଡିଶା ଗସ୍ତ କରିବେ । ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂହ ଆଜି ନିଶ୍ଚିନ୍ତକୋଇଲିଠାରେ ଏହି ସୂଚନା ଦେଇଛନ୍ତି । [embed]https://youtu.be/wvrZXGapM40[/embed] ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଏହି ମାସରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବା ପାଇଁ ସମ୍ମତି ପ୍ରଦାନ କରିଥିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।  ତେବେ ଦିନେ ଦୁଇ ଦିନ ଭିତରେ ତାରିଖ ଓ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି ସେ ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧି ଏବଂ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଥିବାବେଳେ ଡିସେମ୍ବର ୨୬ତାରିଖରେ ରହିଛି ବିଜେଡିର ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ କଂଗ୍ରେସ ଓ ବିଜେପିର କିଛି ତୁଙ୍ଗ ନେତା ବିଜେଡିରେ ଯୋଗଦେଇପାରନ୍ତି । ଏହାଛଡା ଆଗକୁ ନିର୍ବାଚନ ଥିବାରୁ ବିଜେଡି ତାର ପ୍ରତିଷ୍ଠା ଦିବସକୁ ବ୍ୟାପକ ଭାବେ ପାଳନ କରିବ । ତେଣୁ ଡିସେମ୍ବର ମାସରେ ଓଡିଶାରେ ଶୀତ ବଦଳା ଗରମ ରାଜନୈତିକ ପବନ ବହିବା ନିଶ୍ଚିତ ବୋଲି କୁହାଯାଇପାରେ । ୧୧ତାରିଖରେ ୫ଟି ରାଜ୍ୟର ଫଳାଫଳ ଆସିବ । ଏହିସବୁ ଫଳାଫଳ ଆଗାମୀ ଦିନରେ ରାଜନୈତିକ ବୟାନବାଜିକୁ ଆହୁରି ଶାଣିତ କରିବ । ତେଣୁ ଉଭୟ ନେତା ୧୧ତାରିଖ ପରେ ଓଡିଶା ଆସୁଥିବାରୁ ବିଜୟୀ ଦଳର ବାହାସ୍ପୋଟ ଏବଂ ପରାଜିତ ଦଳର ପ୍ରତିକ୍ରିୟା ରାଜନୈତିକ ପାଣିପାଗକୁ ସରଗରମ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.