ଜାନୁଆରୀ ୫ରେ ଜମିବ ରାଜ୍ୟ ରାଜନୀତି : ମୋଦି ଆସିବେ ବାରିପଦା ଆଉ ନବୀନ ଯିବେ ପୁରୀ

Published By : Prameya-News7 Bureau | January 02, 2019 IST

ଭୁବନେଶ୍ବର୨|୧: ଜାନୁଆରୀ ୫ରେ ଜମିବ ରାଜ୍ୟ ରାଜନୀତି । ମୋଦି ଆସିବେ ବାରିପଦା ଆଉ ନବୀନ ଯିବେ ପୁରୀ। ଏଥର ମୋଦି ନବୀନ ସରକାରଙ୍କ ପ୍ରତି ଟିକେ କଡା ଆଭିମୁଖ୍ୟ ରଖିବେ ବୋଲି ଆଲୋଚନା ଚାଲିଥିବା ବେଳେ ନବୀନ ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ଟଙ୍କା ଓ ମୋବାଇଲ ଦେଇ ମହିଳା ଭୋଟରଙ୍କ ମନ ମୋହିବେ ।...

wp:gallery {"ids":[69785]} /wp:gallery

ବାଜିବ ୫ର ପଞ୍ଚ୍‌ । କିଏ କାହାକୁ କେମିତି ମାରିବ ପଞ୍ଚ୍। ସରଗରମ ହେଲାଣି ରାଜ୍ୟ ରାଜନୀତି । ୫ ତାରିଖରେ ମୋଦି ଆସୁଛନ୍ତି ବାରିପଦା । ୫ ତାରିଖ ଦିନ ନବୀନ ଯିବେ ପୁରୀ। ଚାଲିବ ଆଟାକ୍‌ ଓ କାଉଣ୍ଟର ଆଟାକ୍ ।

wp:gallery {"ids":[69786]} /wp:gallery

ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ମୋଦି ଖୋର୍ଦ୍ଧା ଆସି ନବୀନ ସରକାରଙ୍କୁ ତେରଛା ବାଣ ମାରିଥିଲେ । କିନ୍ତୁ ପ୍ରତିଷ୍ଠା ଦିବସରେ ନବୀନ ସିଧା ଟାର୍ଗେଟ କରିଥିଲେ ମୋଦି ସରକାରଙ୍କୁ । ତେଣୁ ଏଥର ହେବ ଜୋରଦାର ଲଢ଼େଇ । ନବୀନ ସରକାରଙ୍କ ଆଡକୁ ସିଧା କରିପାରନ୍ତି ଟାର୍ଗେଟ।

wp:gallery {"ids":[69787]} /wp:gallery

ସେପଟେ ମୋଦିଙ୍କ ବାରିପଦା ଗସ୍ତକୁ କାଉଣ୍ଟର କରିବାକୁ ପୁରୀରେ ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କ ସମ୍ମିଳନୀରେ ଯୋଗ ଦେବେ ନବୀନ। ଆର୍ଥିକ ସହାୟତା ଓ ମୋବାଇଇଲ ବାଣ୍ଟିବେ ।  

wp:gallery {"ids":[69788]} /wp:gallery

ବାରିପଦାରେ ମୋଦି ହରିପୁରଗଡ଼ର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ବାଲେଶ୍ବର-ହଳଦିଆ-ଦୁର୍ଗାପୁର ପାଇପଲାଇନ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାପରେ ନିକଟସ୍ଥ ଦଳୀୟ ସଭାରେ ଯୋଗ ଦେବେ। ମୋଦିଙ୍କ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସମ୍ଭାବନା ରହିଛି।

wp:gallery {"ids":[69789]} /wp:gallery

ବିଜେପି ବାଟରେ ବ୍ରେକ୍ ଦେବାକୁ ବିଜେଡି କାଉଣ୍ଟର ଷ୍ଟ୍ରାଟେଜି ଆପଣେଇଛି । ରେଳମନ୍ତ୍ରୀଙ୍କୁ ଚିଠି ଲେଖି ମୟୂରଭଞ୍ଜର ରେଳପଥର ବିକାଶ ପାଇଁ ଅନୁରୋଧ କରିଛନ୍ତି ନବୀନ। ତେଣୁ ମୋଦି ଏଠାରେ ଏନେଇ ଘୋଷଣା କରିବେ କି ନାହିଁ ତା ଉପରେ ମୟୂରଭଞ୍ଜ ବାସୀ ସତର୍କ ଦୃଷ୍ଟି ରଖିଛନ୍ତି।

wp:gallery {"ids":[69790]} /wp:gallery

ସରକାରୀଦଳ କଡା ମୁକାବିଲାର ସମ୍ମୁଖିନ ହେଉଥିବା ବେଳେ ବିରୋଧି ବି କ୍ଷମତା ହାସଲର ସ୍ବପ୍ନ ଦେଖିଲେଣି । ତେଣୁ ଯିଏ ନକଆଉଟ ପଞ୍ଚ ମାରିବ ରିଙ୍ଗରେ ସେ ହିଁ ହେବ ବିଜେତା। 

wp:gallery {"ids":[69791]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.