ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନକୁ ଇସାରାରେ କଲେ ସତର୍କ-ସର୍ଜିକାଲ ଷ୍ଟ୍ରାଇକ୍‌ କଥା ମନେ ପକାଇଲେ

Published By : Prameya-News7 Bureau | September 29, 2019 IST

ନୂଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଅବସରରେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଭବ୍ୟ ସମ୍ୱର୍ଦ୍ଧନାମ ଦିଆଯାଇଥିଲା। ଦିଲ୍ଲୀର ସମସ୍ତ ସାସଂଦଙ୍କ ସହ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ବିମାନ ବନ୍ଦର ବାହାରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେବା ଅବସରରେ ସମସ୍ତଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇବା ସହ ଆମେରିକାରରେ ଥିବା ଭାରତୀୟମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ସେ ସେପ୍ଟେମ୍ବର ୨୮ ତାରିଖର ସର୍ଜିକାଲ ଷ୍ଟ୍ରାଇକକୁ ମନେ ପକାଇଥିଲେ। ଏହି ରାତିରେ ଶୋଇ ପାରି ନଥିଲେ । ବୀର ଜବାନମାନେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସଫଳତାର ଭାରତକୁ ଫେରିଥିଲେ। ସେହି ବୀର ଜବାନମାନଙ୍କୁ ପ୍ରଣାମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତ ପକ୍ଷରୁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିଲା । ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡକୁ ବୀର ଜବାନମାନେ ନଷ୍ଟ କରିଥିଲେ । ଏହି ଅବସରରେ ସେ ପାକିସ୍ତାନର ନାମ ନ ନେଇ ବି ସତର୍କ କରାଇଦେଇଛନ୍ତି ।
୨୦୧୪ ପରଠାରୁ ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଇଛି। ସମସ୍ତେ ଏବେ ଭାରତକୁ ସମ୍ମାନର ସହ ଦେଖୁଛନ୍ତି ବୋଲି ମୋଦୀ କହିଛନ୍ତି ।
ଆମେରିକାର ଗସ୍ତ ସମୟରେ ହ୍ୟୁଷ୍ଟନରେ ହାଓଡି ମୋଦୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଉଭୟ ରିପବ୍ଲିକ ଓ ଡେମୋକ୍ରାଟିକ୍‌ ଦଳର ସଦସ୍ୟ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.