Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସଂସଦୀୟ ଦଳ ବୈଠକରେ ମୋଦିଙ୍କ ଚେତାବନୀ, ନିଜେ ନିଜର ପରିବର୍ତ୍ତନ କରାନ୍ତୁ ନଚେତ ଏମିତିରେ ବି ପରିବର୍ତ୍ତନ ହୋଇଯାଏ

7/12/2021 at 8:30 PM

ନୂଆଦିଲ୍ଲୀ ୭।୧୨: ମଙ୍ଗଳବାର ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ମୋଦି ସଂସଦରେ ଅନୁପସ୍ଥିତ ରହୁଥିବା ସାଂସଦଙ୍କୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେଠୁ ଜଣେ ବି ସାଂସଦ ଯେପରି ଗୃହରେ ଅନୁପସ୍ଥିତ ନ ରହନ୍ତି ସେ ନେଇ ଚେତାଇ ଦେଇଛନ୍ତି। ସଂସଦର ଉଭୟ ସଦନରେ କାର୍ଯ୍ୟ ଆରମ୍ଭ ହେବାପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସଂସଦରେ ଅନୁପସ୍ଥିତ ରହୁଥିବା ସାଂସଦଙ୍କୁ ଚିଠା ପ୍ରସ୍ତୁତ କରିବାକୁ କହିଛନ୍ତି।

ସାଂସଦଙ୍କ ଏପରି ଅନୁପସ୍ଥିତିକୁ ନେଇ ମୋଦି ଖୁବ୍ ଅସନ୍ତୁଷ୍ଟ ଥିଲେ। କହିଥିଲେ ପିଲାଙ୍କୁ ବାରମ୍ବାର ଅଟକାଇଲେ ସେମାନଙ୍କୁ ବି ଭଲ ଲାଗେନି। ନିଜେ ନିଜର ପରିବର୍ତ୍ତନ କରାନ୍ତୁ ନଚେତ ଏମିତିରେ ବି ପରିବର୍ତ୍ତନ ହୋଇଯାଏ ବୋଲି ସାଂସଦଙ୍କୁ କହିଛନ୍ତି। ସଂସଦରେ ଶାସକ ଦଳ ସାଂସଦଙ୍କ ଅନୁପସ୍ଥିତି ସାଧାରଣ ଘଟଣାରେ ପରିଣତ ହୋଇଛି। ଏଥିଲାଗି ଅନେକବାର ବିଜେପିକୁ ସଂସଦରେ ଅସହଜ ପରିସ୍ଥିତି ଭୋଗିବାକୁ ବି ପଡିଛି।

ସୂତ୍ରରୁ ମିଳୁଥିବା ସୂଚନାରୁ ଗୃହ କାର୍ଯ୍ୟରୁ ଗାୟବ ରହୁଥିବା ସାଂସଦମାନଙ୍କୁ ଜବାବ ମଧ୍ୟ ତଲବ କରାଯାଇଛି। ସଂସଦ ପରିସରରେ ସାଂସଦୀୟ ଦଳ ବୈଠକ   ପ୍ରାୟତଃ ଲାଇବ୍ରେରୀରେ ହୋଇଥାଏ। ତେବେ ସେଠାରେ ମରାମତି କାର୍ଯ୍ୟ ଚାଲିଥିବାରୁ ମଙ୍ଗଳବାର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

   Related Posts