ମୋଦି ଭର୍ସେସ ନବୀନ : ଗୋଟିଏ ମଞ୍ଚରେ ନବୀନଙ୍କ ସ୍ବୟଂ ସହାୟକ ଗୋଷ୍ଠିଙ୍କ ପାଇଁ ସିଡ୍ ମନି ପ୍ରଦାନ, ଆଉ ଗୋଟାଏ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଢେ ୪ ହଜାର କୋଟିର ପ୍ୟାକେଜ

Published By : Prameya-News7 Bureau | January 05, 2019 IST

ଭୁବନେଶ୍ବର ୫|୧: ବାଜିଲା ନିର୍ବାଚନୀ ବିଗୁଲ। ୨୦୧୯ ନିର୍ବାଚନକୁ ଆଖିରେ ରଖି ମାତିଲେଣି ବିଜେଡି ଓ ବିଜେପି। ଗୋଟାଏ ପଟେ ମୋଦି, ଅନ୍ୟପଟେ ନବୀନ ପରସ୍ପରକୁ ଟକ୍କର ଦେବାକୁ ଚଳାଇଛନ୍ତି ପ୍ରୟାସ। ମାତ୍ର ୧୦ ଦିନ ପରେ ମୋଦିଙ୍କ ପୁଣି ଓଡିଶାଗସ୍ତ ଆଉ ତାକୁ କାଉଣ୍ଟର କରିବାକୁ ନବୀନଙ୍କ ମହିଳା ସ୍ବୟଂସହାୟକ ଗୋଷ୍ଠୀ ସମାବେଶ, ରାଜ୍ୟ ରାଜନୀତିକୁ ସରଗରମ କରିଛି। ଦୁଇ ଦଳଙ୍କ ଏଭଳି ପ୍ରସ୍ତୁତି ସ୍ପଷ୍ଟ କରିଛି ଆଗକୁ କିଭଳି ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇଦଳ। ଆଜି ପୁରୀ ଓ ବାରିପଦା କାର୍ଯ୍ୟକ୍ରମ ଏହାର ସ୍ପଷ୍ଟ ଝଲକ ଦେଖାଇଛି।

{"id":70723}

ମୋଦି ଭର୍ସେସ ନବୀନ। ଗୋଟିଏ ମଞ୍ଚରେ ନବୀନଙ୍କ ସ୍ବୟଂ ସହାୟକ ଗୋଷ୍ଠିଙ୍କ ପାଇଁ ସିଡ୍ ମନି ପ୍ରଦାନ। ଆଉ ଗୋଟାଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାପାଇଁ ସାଢେ ୪ ହଜାର କୋଟିର ପ୍ୟାକେଜ। ସାଧାରଣ ନିର୍ବାଚନ ଆଉ ମାତ୍ର ୩-୪ ବାକିଥିବାରୁ ବିଜେଡି-ବିଜେପି ଭିତରେ ସ୍ପଷ୍ଟ ବାରି ହୋଇଯାଉଛି ପ୍ରତିଯୋଗିତା। ମୋଦିଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମକୁ କାଉଣ୍ଟର କରି ନବୀନ ସରକାର ପୁରୀରେ ଦେଖାଇଛନ୍ତି ଦମ୍।

{"id":70738}

ମହିଳା ସ୍ବୟଂସହାୟକ ଗୋଷ୍ଠିଙ୍କ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଉପରେ ସୁଧ ମୁକ୍ତ ଘୋଷଣା କରିଛନ୍ତି। ଏହାସହିତ ସବୁ ସ୍ବୟଂସହାୟକ ଗୋଷ୍ଠୀ କୁ ୧୫ ହଜାର ଟଙ୍କା ଓ ମୋବାଇଲ ପାଇଁ ୩ ହଜାର ଟଙ୍କା ଦେବା କାର୍ଯ୍ୟକ୍ରମ ପୁରୀ ଜିଲ୍ଲାରୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ଜିଲ୍ଲାର ୩୦ ହଜାର ସ୍ବୟଂ ସହାୟକ ଗୋଷ୍ଠୀର ୬୦ ହଜାର ମହିଳାଙ୍କୁ ଏକାଠି କରି ନବୀନ ମହିଳା ଶଶକ୍ତିକରଣର ବାର୍ତା ଦେଇଛନ୍ତି।  ଆଉ ତା ସହ ମହିଳା କାର୍ଡ ବି ଖେଳିଛନ୍ତି।

{"id":70725}

ପୁରୀ ସ୍ବୟ୍ଂ ସହାୟକ ଗୋଷ୍ଠି ସମାବେଶରେ ନବୀନ କିନ୍ତୁ ମୋଦି ସରକାରଙ୍କ ବିରୋଦ୍ଧରେ କିଛି କହିନାହାଁନ୍ତି। ଯେହେତୁ ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ନବୀନ ବୋଧେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଉଚିତ ମଣି ନାହାଁନ୍ତି। ସେପଟେ ମୋଦି କିନ୍ତୁ ଡୁଆଲ ଗେମରେ ଅଛନ୍ତି। ଆଗେ ବିକାଶର ପସରା ଖୋଲୁଛନ୍ତି ଓଡିଶା ବାସୀଙ୍କ ପାଇଁ। ନୂଆ ରେଳ, ନୂଆ ରାଜପଥ, ନୂଆ ଏଲପିଜି ପାଇପଲାଇନ ଏମିତି ଅନେକ ବିକାଶକାର୍ଯ୍ୟର ଲୋକାର୍ପଣ ସାଙ୍ଗକୁ ଉଦଘାଟନ କରିଛନ୍ତି ମୋଦି। ବୁଲେଇ ବଙ୍କେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।  

{"id":70737}

ପୁରୀରେ ଓଡିଆ ଭାଷା ପ୍ରତିଷ୍ଠାନ ଓ ଐତିହ୍ୟ କ୍ୟାବିନେଟ ଡାକିବା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପ୍ରଥମ ସମ୍ମିଳନୀ କରିବା ଆଦି କାର୍ଯ୍ୟକ୍ରମରୁ ଜଣା ପଡୁଛି ପୁରୀ ଜିଲ୍ଲାକୁ ଫୋକସରେ ରଖିଛି ବିଜେଡି। ମୋଦି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଲଢିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ବୋଧେ ତାପାଇଁ କାଉଣ୍ଟର ଷ୍ଟ୍ରାଟେଜି ବନାଉଛି ଦଳ।

{"id":70728}

ନୂଆ ବର୍ଷରେ ଦୁଇ ପ୍ରମୁଖ ରାଜନୈତିକ ଦଳଙ୍କ ଏହି କାର୍ଯ୍ୟକ୍ରମ ସ୍ପଷ୍ଟ କରିଛି ନିର୍ବାଚନରେ କିଭଳି ପରସ୍ପରକୁ ଟକ୍କର ଦେବାକୁ ଯାଉଛନ୍ତି ବିଜେଡି ଓ ବିଜେପି। ଆଉ ଦୁଇଦଳର ଏଜେଣ୍ଡା ରହିଛି ବିକାଶ କାର୍ଯ୍ୟକ୍ରମ ଓ ମହିଳା ଭୋଟରଙ୍କୁ ଆକର୍ଷିତ କରିବା। ସମୟ କହିବ ଭୋଟର କାହା ପଟେ ଠିଆ ହେଉଛନ୍ତି।

{"id":70739}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.