ମୋଦିଙ୍କୁ କେଜ୍ରିୱାଲଙ୍କ ପ୍ରସ୍ତାବ-ଦେଶରେ ଲାଗୁ ହେଉ 'ଏକ ଭ୍ୟାକସିନ୍ ଏକ ଦାମ୍' ଓ ସେନା ଦ୍ୱାରା ସଞ୍ଚାଳିତ ହେଉ ଅକ୍ସିଜେନ୍ ପ୍ଲାଣ୍ଟ

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୦୪ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି। ଅକ୍ସିଜେନ୍ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ବୈଠକ କରୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାଇରସ ସମ୍ବନ୍ଧୀୟ ସ୍ଥିତି ନେଇ ମୋଦିଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ସମାନ ଦାମରେ ଟିକା ଯୋଗାଇବା ଉଚିତ। ଅକ୍ସିଜେନ ଅଭାବ ଯୋଗୁଁ ଲୋକେ ବହୁତ କଷ୍ଟରେ ଅଛନ୍ତି। ଅକ୍ସିଜେନ ଅଭାବ ଯୋଗୁଁ ସମସ୍ୟା ଆଗକୁ ଆହୁରି ସାଙ୍ଘାତିକ ହୋଇପାରେ ବୋଲି ସେ କହିଛନ୍ତି। ଏହି ସ୍ଥିତି ମୁକାବିଲା ପାଇଁ ରାଷ୍ଟ୍ରୀୟ ଯୋଜନା ଆବଶ୍ୟକତା। କେଜ୍ରିୱାଲ କହିଛନ୍ତି, ସମସ୍ତ ଅକ୍ସିଜେନ ପ୍ଲାଣ୍ଟ ସେନା ଦ୍ୱାରା ସଞ୍ଚାଳିତ ହେବା ଉଚିତ। ଅକ୍ସିଜେନ ଟ୍ରକ ସେନା ବାହାନରେ ନିଆଯିବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.