'ମୋଦୀ ଭ୍ୟାକ୍ସିନ' କହି ବିରୋଧୀ ପ୍ରଶ୍ନ ଉଠାଉଥିଲେ, ଏବେ ଟିକା ପାଇଁ ଚିତ୍କାର କରୁଛନ୍ତି

Published By : Prameya-News7 Bureau | May 30, 2021 IST

ନୂଆଦିଲ୍ଲୀ ୩୦।୦୫: କେନ୍ଦ୍ରରେ ମୋଦୀ ସରକାରଙ୍କୁ ପୂରିଛି ସାତ ବର୍ଷ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ବିରୋଧୀଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ନଡ୍ଡା ଭ୍ୟାକ୍ସିନ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି, ସେମାନେ ଟିକାକୁ ମୋଦୀ ଟିକା ବୋଲି ଦର୍ଶାଉଥିଲେ ଏବଂ ଏବେ ଟିକା ପାଇଁ ଚିତ୍କାର କରୁଛନ୍ତି। ବିରୋଧୀ ଦଳ ମୋଦୀ ଭ୍ୟାକ୍ସିନ କହି ପ୍ରଶ୍ନ ଉଠାଇଲେ ଏବଂ ସରକାରଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ କଲେ। କିନ୍ତୁ ଏବେ ସେମାନେ ଭ୍ୟାକ୍ସିନ ପାଇଁ ଡହଳ ବିକଳ ହେଉଛନ୍ତି।

ନଡ୍ଡା କହିଛନ୍ତି, ଦୁଇ କମ୍ପାନୀରୁ ବଢି ଏ ପର୍ଯ୍ୟନ୍ତ ୧୩ କମ୍ପାନୀକୁ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଅନୁମତି ଦେଇ ସାରିଛୁ। ଶୀଘ୍ର ଏହି ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ। ମାସରେ ୧.୩ କୋଟି ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଭାରତ  ବାୟୋଟେକ୍ ଅକ୍ଟୋବର ସୁଦ୍ଧା ୧୦ କୋଟି ଭ୍ୟାକ୍ସିନ ଉତ୍ପାଦନ ଆରମ୍ଭ କରି ଦେବ। ଭାରତ ବାୟୋଟେକ୍ ଦେଶୀ ଭ୍ୟାକ୍ସିନ କୋଭାକ୍ସିନ ଉତ୍ପାଦନ କରୁଛି।

wp:html /wp:html

ବିରୋଧୀଙ୍କୁ କଡା ଶବ୍ଦରେ ସମାଲୋଚନା କରି ନଡ୍ଡା କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତା କୋଭିଡ୍-୧୯ ବୈଶ୍ଵିକ ମହାମାରୀ ସମୟରେ ରିଲିଫ କାର୍ଯ୍ୟ କରିଥିବା ବେଳେ ବିରୋଧୀ ଦଳ ପୃଥକବାସରେ ଚାଲିଗଲେ। ଏବେ ସନସ୍ତ ବିଜେପି ସାଂସଦ, ମନ୍ତ୍ରୀ ଓ ବିଧାୟକ ସରକାରଙ୍କ ସାତ ବର୍ଷ ପୂରା ହେବା ଅବସରରେ ଅତି କମରେ ଦୁଇଟି ଗାଁର ଲୋକଙ୍କ ସେବା କରିବେ ବୋଲି ନଡ୍ଡା କହିଛନ୍ତି। କିନ୍ତୁ ଏହି ସଙ୍କଟ ସମୟରେ ବିରୋଧୀ ଦଳ କେବଳ ସାମ୍ବାଦିକ ସମ୍ମିଳନୀରେ ନଜର ଆସିଲେ।

ନଡ୍ଡା ଦାବି କରିଛନ୍ତି, ଗତ ସାତ ବର୍ଷରେ କେବଳ ଦେଶରେ ଆତ୍ମ ବିଶ୍ଵାସ ଜାଗ୍ରତ  ହୋଇ ନାହିଁ ବରଂ ଗାଁର ଗରିବ ଏବଂ ବଞ୍ଚିତ ଲୋକେ ପ୍ରଥମ ଥର ହୃଦବୋଧ କଲେ ଯେ, କେନ୍ଦ୍ରରେ ତାଙ୍କର ନିଜର ସରକାର ରହିଛି। ସେ ଅନେକ ଟ୍ଵିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏନଡିଏ ପରିବାରକୁ ଶୁଭକାମନା  ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.