ଟ୍ରମ୍ଫଙ୍କ ଭାରତ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ tweet, କହିଲେ ସ୍ୱାଗତ ଲାଗି ଭାରତ ଉତ୍ସୁକ

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ ୨୩।୨:  ସୋମବାର ଫେବୃଆରୀ ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ। ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଭାରତ ଏବେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତର ବାଟ ଚାହିଁ ବସିଥିବା ମୋଦି ଉଲ୍ଲେଖ କରିଛନ୍ତି।

wp:html /wp:html

ଟ୍ରମ୍ଫଙ୍କ ଭାରତ ଗସ୍ତ ଅହମ୍ମଦାବାଦ ଐତିହାସିକ କାର୍ଯ୍ୟକ୍ରମରୁ ଆରମ୍ଭ ହେବ। ମୋଦି ଟାଙ୍କ ଟ୍ୱିଟ୍‌ରେ ମଧ୍ୟ ଏହି ସୂଚନା ଦେଇଛନ୍ତି। ଟ୍ରମ୍ଫ କାଲି ଆମ ସହିତ ରହିବେ ଯାହା ଏକ ସମ୍ମାନର କଥା ବୋଲି ମୋଦି ଉଲ୍ଲେଖ କରିଛନ୍ତି। ଏହି ଗସ୍ତ କାଳରେ ଟ୍ରମ୍ଫ ଓ ମୋଦି ୨୨ କିଲୋମିଟର ଦୀର୍ଘ ଏକ ରୋଡ ସୋ କରିବେ। ନମସ୍ତେ ଟ୍ରମ୍ଫ କାର୍ଯ୍ୟକ୍ରମରେ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତାରେ ହଜାର ହଜାର ନରନାରୀ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ କରିବେ । ମୋଟ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଲୋକେ ଯୋଗଦେବେ ବୋଲି ଆଶା କରାଯାଉଛି। ମୋଟେରା ସହରରେ ନବ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଟ୍ରମ୍ଫ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ତାଜ ପରିଦର୍ଶନ ଲାଗି ଆଗରା ଗସ୍ତ କରିବେ।

{"id":228281,"sizeSlug":"large"}

ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ୨୫ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ୱାଗତ କରାଯିବ। ଏହାପରେ ଆମେରିକା ରାଷ୍ଟ୍ରପତି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜଘାଟ ଯିବେ। ଏହା ପରେ ଟ୍ରମ୍ଫ ଓ ମୋଦିଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସ୍‌ରେ ପ୍ରତିନିଧିମଣ୍ଡଳ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.