ପୁଣି ମୋଦୀ ଟ୍ରମ୍ପ ବୈଠକ- ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦର ମୁକାବିଲା କରିବେ ମୋଦୀ: ଟ୍ରମ୍ପ

Published By : Prameya-News7 Bureau | September 24, 2019 IST

ନ୍ୟୁୟର୍କ – ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ  ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆତଙ୍କବାଦ ସମ୍ପର୍କରେ ଦୁଇ ନେତା କଥାବାର୍ତ୍ତା ହୋଇଛନ୍ତି । ଦୁଇ ଦେଇ ଏକାଠି ଆତଙ୍କବାଦର ମୁକାବିଲା କରିବେ ବୋଲି ଟ୍ରମ୍ପ କହିଛନ୍ତି । ପାକିସ୍ତାନ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ବେଳେ ମୋଦୀ ଏହାର ମୁକାବିଲା କରିବେ ବୋଲି ଟ୍ରମ୍ପ କହିଛନ୍ତି ।

ଆତଙ୍କବାଦ  ବିରୋଧରେ  ସଂଗ୍ରାମ ପାଇଁ ଭାରତକୁ ଆମେରିକା ସମର୍ଥନ ଦେଇଛି । ସେ ମୋଦୀଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ଇସଲାମିକ ଆତଙ୍କବାଦକୁ ଆମେରିକା ଓ ଭାରତ ଏକାଠି ସମାପ୍ତ  କରିବେ ବୋଲି କହିଛନ୍ତି ।

ମୋଦୀଙ୍କ ଟ୍ରମ୍ପ ଉଚ୍ଚ ପ୍ରଶଂସା କରିଛନ୍ତି ।  ଏଲବିସ୍‌ ପ୍ରେସଲିଙ୍କ ପରି ଭାରତରେ ମୋଦୀ ବେଶ୍‌ ଲୋକପ୍ରିୟ ବୋଲି ଟ୍ରମ୍ପ କହିଛନ୍ତି ।  ହାଉଡି ମୋଦୀ କାର୍ଯ୍ୟକ୍ରମର ୩୬ ଘଣ୍ଟା ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଆମେରିକାରେ ଭାରତ ଗାନ୍ଧୀ ସୋଲାର ପାର୍କ ନିର୍ମାଣ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.