ଜି-୭ ସମ୍ମିଳନୀରେ ଟ୍ରମ୍ପଙ୍କୁ ଭେଟିଲେ ମୋଦୀ , କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସିଧାସଳଖ କହିଲେ ଏହି କଥା

Published By : Prameya-News7 Bureau | August 26, 2019 IST

 ବ୍ୟାରିଟିଜ୍‌ - ଜି-୭ ସମ୍ମିଳନୀ ଅବସରରେ ପ୍ରାଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି । ଏହି ଅବସରରେ  କାଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମସ୍ୟା,  ସାରା ବିଶ୍ୱର ଚିନ୍ତା କରିବା ଆବଶ୍ୟକତା ନାହିଁ ମୋଦୀ ସିଧାସଳଖ ଏହି କଥା କହିଛନ୍ତି ।

ଜି-୭ ସମ୍ମିଳନୀରେ ଆମେରାକିର ରାଷ୍ଟ୍ରପତି ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । କାଶ୍ମୀର ଓ ପାକିସ୍ତାନ ସମ୍ପର୍କରେ ଏହି ଦୁଇ ନେତା ସମ୍ମିଳନୀରେ ପୂର୍ବରୁ ଆଲୋଚନା କରିଛନ୍ତି ବୋଲି କହିଛନ୍ତି । ମୋଦୀ କାଶ୍ମୀର ପ୍ରସଙ୍ଗରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମସ୍ୟା ଏଥିରେ ସାରା ବିଶ୍ୱ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

୧୯୪୭ ପୂର୍ବର ଭାରତ ଓ ପାକିସ୍ତାନ ଏକାଠି ରହିଥିଲେ ।  ମୁଁ ନିଶ୍ଚିତ ଯେ ଆମେ ଦୁଇ ଜଣ ଏକାଠି ବସି ନିଜର ସମସ୍ୟାକୁ ଏକାଠି ସମାଧାନ କରିପାରିବୁ ବୋଲି ମୋଦୀ କହିଛନ୍ତି।

ଗତକାଲି ରାତିରେ ଆମେ  କାଶ୍ମୀର ସମସ୍ୟା ବିଷୟରେ ଆଲୋଚନା କରିଥିଲୁ ।  ପ୍ରଧାନମନ୍ତ୍ରୀ ଏହା ନିୟନ୍ତ୍ରଣରେ ରହିଥିବା କଥା ପ୍ରକାଶ କରିଛନ୍ତି ଏବଂ ମୁଁ ନିଶ୍ଚିତ ଅଛି ସେ ଏ ବିଷୟରେ କିଛି ଅତି ଭଲ ଜିନିଷ କରିବେ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।  ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ ସେ ଏ ବିଷୟରେ ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ମୋଦୀ ଜି-୭ ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ । ସେ  ଜୈବ ବିବିଧତା, ମହସାଗରୀୟ ସମସ୍ୟା ଓ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ । ମୋଦୀ ଏହି ସମ୍ମିଳନୀରେ ଫ୍ରାନସ୍‌ର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରୋନ , ବ୍ରିଟେନ୍‌ ପ୍ରଧାନ ମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କୁ ସାକ୍ଷାତ କରିଥିଲେ ।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ସମ୍ପର୍କ ଦୃଢ କରିବା ସହ ବ୍ୟବସାୟ,ବାଣିଜ୍ୟ ଓ  ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଆଲୋଚନ ହୋଇଥିଲା । ବୋରିସ୍‌ କାଶ୍ମୀର ସମସ୍ୟାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା  ଦ୍ୱିପାକ୍ଷିକ ସମସ୍ୟା ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.