ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଏହି ବରିଷ୍ଠ ନେତାଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେଲେ ମୋଦି

Published By : Prameya-News7 Bureau | April 26, 2019 IST

ବାରଣାସୀ ୨୬/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ନାମାଙ୍କନ ପତ୍ର ଦାଖଲ ପାଇଁ ମୋଦି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ନେତାମାନେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ | ନାମାଙ୍କନ ପତ୍ର ଦାଖଲ ବେଳେ ମୋଦିଙ୍କ ସହ ଏନଡିଏର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ |

{"id":107472,"align":"center"}

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଶାଲ ଦେଇ ମୋଦିଙ୍କୁ ସମ୍ମାନିତ କରିଥିଲେ | କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଥିଲେ | ମୋଦି ପଞ୍ଜାବର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଏବଂ ଶିରୋମଣି ଅକାଲି ଦଳ ନେତା ପ୍ରକାଶ ସିଂହ ବାଦଲଙ୍କ ଚରଣ ସ୍ପର୍ଶ କରି ତାଙ୍କର ଆଶୀର୍ବାଦ ନେଇଥିଲେ |

{"id":107473}

ମୋଦିଙ୍କ ନାମାଙ୍କନ ଦାଖଲ ସମାରୋହରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଦକ୍ଷିଣ ଭାରତର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.