ଜାମ୍ମୁ କାଶ୍ମୀରକୁ ନେଇ ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ

Published By : Prameya-News7 Bureau | March 02, 2019 IST

ଗୁଆହାଟୀ ୨/୩: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗୁରୁବାର ହୋଇଥିବା ବୈଠକରେ କେତେକ ଗୁରରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେତେକ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ମୋଦି ମନ୍ତ୍ରୀମଣ୍ଡଳ ଫୁଲବାଡ଼ି-ଧୁବଡ଼ି ମଧ୍ୟରେ ବ୍ରହ୍ମପୁତ୍ରରେ ହେଉଥିବା ପୋଲ ରାସ୍ତାକୁ ମଞ୍ଜୁରୀ ଦେଇଛନ୍ତି। ଏହି ପୋଲ ନିର୍ମାଣ କରିବା ପାଇଁ ଦୀର୍ଘ ଦିନରୁ ଦାବି କରାଯାଉଥିଲା। ଏହି ପୋଲ ନିର୍ମାଣ ହେବା ଦ୍ବାରା ମେଘାଳୟର ଗାରୋ ପାହାଡ଼ ବ୍ରହ୍ବପୁତ୍ରର ଉତ୍ତର ପାର୍ଶ୍ବରେ ସଂଯୁକ୍ତ ହେବ। ୨୦୦କିଲୋମିଟର ଯାତ୍ରା ୧୯କିଲୋମିଟରରେ ପରିଣତ ହେବ।

{"id":89918,"width":594,"height":341}

ମନ୍ତ୍ରୀମଣ୍ଡଳର ଅନ୍ୟାନ୍ୟ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ଜାମ୍ମୁ କାଶ୍ମୀର ସଂଶୋଧନ ଅଧ୍ୟାଦେଶ ୨୦୧୯ଆଣିବାର ନିର୍ଣ୍ଣୟ,ହରିୟାଣାର ମନେଠିରେ ଏମସକୁ ମଞ୍ଜୁର,ଫେମ୍ ଇଣ୍ଡିଆର ଦ୍ବିତୀୟ ଚରଣ ପାଇଁ ୧୦ହଜାର କୋଟି ଟଙ୍କାର ମଞ୍ଜୁରୀ,ଏୟାର ଇଣ୍ଡିଆ,ସହଯୋଗୀ କମ୍ପାନୀକୁ ମଞ୍ଜୁରୀ,ପ୍ରଧାନମନ୍ତ୍ରୀ-ଜୀ ବନ ଯୋଜନାକୁ ମଞ୍ଜୁରୀ,ରାଷ୍ଟ୍ରୀୟ ସଫ୍ଟଓ୍ବେୟାର ଉତ୍ପାଦ ନୀତିକୁ ମଞ୍ଜୁରୀ,ଆଧାର ଏବଂ ଅନ୍ୟ ନିୟମ ଅଧ୍ୟାଦେଶ ୨୦୧୯ ପାଇଁ ମଞ୍ଜୁରୀ ଏବଂ କାନପୁର ଏବଂ ଆଗ୍ରାରେ ମେଟ୍ରୋ ରେଳ ଯୋଜନାକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.