ଆଜି ଠାରୁ ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି
9/06/2018 at 6:43 AM

ଆଜି ଠାରୁ ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ସାଙ୍ଘାଇ ସହଯୋଗ ସଂଗଠନ ଶିଖର ବୈଠକରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ କରିବେ । ଆଜି ଚୀନ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷିୟ ଆଲୋଚନା କରିବେ ଏବଂ ୧୦ତାରିଖ ଦିନ ଶିଖର ବୈଠକରେ ଯୋଗ ଦେବେ । ଏସସିଓ ଶିଖର ସମ୍ମିଳନୀରେ କ୍ଷେତ୍ରୀୟ ସୁରକ୍ଷା ଓ ଆତଙ୍କବାଦ ଉପରେ ଆଲୋଚନା କରାଯିବ। ଏଥିରେ ମୋଦି ପାକିସ୍ତାନ ଦ୍ଵାରା ଆତଙ୍କବାଦକୁ ମିଳୁଥିବା ପ୍ରୋତ୍ସାହନ ପ୍ରସଙ୍ଗ ଉଠାଇ ପାରନ୍ତି । ପୂର୍ବରୁ ଉଭୟ ନେତା ୧୨ରୁ ଉର୍ଦ୍ଧ୍ଵ ଥର ଭେଟ ହୋଇ ସାରିଛନ୍ତି। ମାତ୍ର କିଙ୍ଗଡାଓରେ ଆଜି ଉଭୟ ନେତା ପାଖାପାଖି ଦୁଇ ମାସ ପରେ ଭେଟୁଛନ୍ତି। ଏହା ପୂର୍ବରୁ ଚୀନର ଉହାନ ସହରରେ ଉଭୟ ନେତା ଐତିହାସିକ ଅନୌପଚାରିକ ସମ୍ମିଳନୀରେ ସାକ୍ଷାତ କରିଥିଲେ।