୫ତାରିଖରେ ମୋଦିଙ୍କ ବାରିପଦା ଗସ୍ତ, ସମ୍ପନ୍ନ ହେଲା ଭୂମି ପୂଜନ

Published By : Prameya-News7 Bureau | January 01, 2019 IST

ବାରିପଦା ୧|୧: ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ। ଐତିହାସିକ ଛଉପଡିଆରେ ମୋଦି ଜନସାଧାରଣଙ୍କୁ ଉଦବୋଧନ ଦେବେ। ସେନେଇ ପ୍ରସ୍ତୁତି ଯୋରଦାର ଚାଲିଛି। ଆଜି ସଭାସ୍ଥଳରେ ତିଆରି ହେଉଥିବା ପେଣ୍ଡାଲର ଭୁମିପୂଜନ କରାଯାଇ ପେଣ୍ଡାଲ ତିଆରି ଆରମ୍ଭ ହୋଇଛି।

{"id":69530}

ପ୍ରାୟ ଦେଢଲକ୍ଷ ଲୋକ ମୋଦିଙ୍କୁ ଶୁଣିବାକୁ ଅସିବେ ବୋଲି ଆକଳନ କରାଯାଉଛି। ତେବେ କୌଣସି ସମସ୍ୟା ନରହି କେମିତି ପୁରା କାର୍ଯ୍ୟକ୍ରମ ସୁଚାରୁରୂପେ ସରିବ ସେଥିପାଇଁ ଭୂମି ପୂଜନକରି କାମ ଆରମ୍ଭ କରାଯାଉଛି ବୋଲି କହିଛନ୍ତି ଜିଲ୍ଲା ବିଜେପିର ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ତଥା ମୋଦି କାର୍ଯ୍ୟକ୍ରମର ମିଡିଆ ସଂଯୋଜକ ଜୀବନ ସାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.