Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

‘ଟିକାକରଣ ଧାଡିରେ ଠିଆ ହୁଅନ୍ତୁ, ସମସ୍ୟା କଣ ହେଉଛି ଦେଖନ୍ତୁ’ : ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଲେ ମୋଦୀ

1/07/2021 at 7:26 AM

ନୂଆଦିଲ୍ଲୀ, ୦୭|୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲେ ବି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏପରିକି କରୋନା ମହାମାରୀର ତୃତୀୟ ଲହର ମଧ୍ୟ ବୈଠକର ମୁଖ୍ୟ ପ୍ରସଙ୍ଗରେ ସ୍ଥାନ ପାଇଥିଲା ।

ସୂତ୍ରାନୁସାରେ, ପିଏମ ମୋଦୀ ବୈଠକରେ କରୋନାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ସଡକ ଓ ପରିବହନ ମନ୍ତ୍ରାଳୟ ଏବଂ ଦୂର ସଂଚାର ମନ୍ତ୍ରାଳୟର ସମୀକ୍ଷା କରିଥିଲେ । ଏହାସହ ମନ୍ତ୍ରୀଙ୍କୁ କହିଥିଲେ ଯେ, ସେମାନେ ଲୋକସଭା କ୍ଷେତ୍ରକୁ ଯାଆନ୍ତୁ । ସେଠାରେ କୋଭିଡ୍ ପ୍ରୋଟକଲର ପାଳନ କରାଯାଉଛି ନା ନାହିଁ ସେନେଇ ସମୀକ୍ଷା କରନ୍ତୁ । ଲୋକମାନେ ମାସ୍କ ପିନ୍ଧୁଛନ୍ତି ନା ନାହିଁ ତାହା ଉପରେ ମଧ୍ୟ ନଜର ରଖନ୍ତୁ । କୋଭିଡର ତୃତୀୟ ଲହର କିପରି ନଆସିବ ସେନେଇ ଧ୍ୟାନ ଦେବା ଜରୁରୀ ।

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତେ ଟିକାକରଣ କାର୍ଯ୍ୟରେ ଲାଗିବା ଆବଶ୍ୟକ । ମନ୍ତ୍ରୀମାନେ ଟିକାକରଣ ପାଇଁ ଲାଗୁଥିବା ଲାଇନରେ ନିଜେ ଠିଆ ହୋଇ କେଉଁ ଅସୁବିଧା ହେଉଛି ତାହା ଦେଖନ୍ତୁ । ଏପରିକି ସରକାରଙ୍କ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି ନା ନାହିଁ ସେନେଇ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ଆବଶ୍ୟକ । ଆହୁରି ମଧ୍ୟ ଯେଉଁ ସବୁ ପ୍ରକଳ୍ପର ଶିଳାନ୍ୟାସ ମନ୍ତ୍ରୀମାନେ କରିଥିଲେ ସେଗୁଡିକୁ ଉଦଘାଟନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

   Related Posts