Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଜାନୁଆରୀ ୧୬ରେ ଟିକାକରଣ ଅଭିଯାନ ସହ କୋ-ୱିନ୍ ଆପ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

13/01/2021 at 4:57 PM

ନୂଆଦିଲ୍ଲୀ, ୧୩/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଜାନୁଆରୀରୁ ଦେଶରେ ବହୁପ୍ରତିକ୍ଷିତ କରୋନା ଭ୍ୟାକ୍‌ସିନ୍‌ ନର ଟିକାକରଣ ମହାଭିଯାନର ଶୁଭାରମ୍ଭ କରିବେ । ଏହା ସହିତ ସେ କୋ-ୱିନ୍ ଆପ୍‌ର ମଧ୍ୟ ଲଞ୍ଚ କରିବେ । ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ, ମୋଦି ଭର୍ଚୁଆଲ୍ ମୋଡରେ ଏହି ଅଭିଯାନର ଆରମ୍ଭ କରିବେ । ଦେଶର ବିଭିନ୍ନ ରାଜ୍ୟରେ ଏକାସାଥିରେ ଟିକାକରଣର ଆରମ୍ଭ ହେବା ନେଇ ସୂଚନା ମିଳିଛି। ଯେଉଁ ବ୍ୟକ୍ତିଙ୍କୁ ଏହି ଭ୍ୟାକ୍‌ସିନ୍‌ ଦିଆଯିବ ସେ ଏହାର ଦୁଇ ଡୋଜ୍ ନେବେ । ଏଥି ପାଇଁ ପ୍ରଥମେ ବ୍ୟକ୍ତିଙ୍କୁ ତାଙ୍କର ରେଜିଷ୍ଟ୍ରେସନ କରିବାକୁ ହେବ ।

ଏହା ପରେ କୋ-ୱିନ୍ ଆପ୍ ମାଧ୍ୟମରେ ତାରିଖ, ସ୍ଥାନ ଏବଂ ଅନ୍ୟାନ୍ୟ ସୂଚନା ଦିଆଯିବ। ଦୁଇ ଡୋଜ୍ ନେଇ ସାରିବା ପରେ ଫୋନ୍‌ରେ ହିଁ ବ୍ୟକ୍ତିଙ୍କୁ ଏହାର ସାର୍ଟିଫିକେଟ୍ ଦିଆଯିବ। ଦିଲ୍ଲୀର ଲୋକନାରାୟଣ ଜୟ ପ୍ରକାଶ ହସ୍ପିଟାଲ ଏବଂ ରାଜୀବ ଗାନ୍ଧୀ ହସ୍ପିଟାଲରେ ଟିକାକରଣ ଅଭିଯାନର ଆରମ୍ଭ କରାଯିବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଯୋଗ ଦେବେ।

ଦେଶରେ ଟିକାକରଣ ପାଇଁ ଦୁଇଟି ଭ୍ୟାକ୍‌ସିନ୍‌କୁ ମଞ୍ଜୁରି ମିଳିଛି । କୋଭାକ୍ସିନ୍ ଏବଂ କୋଭିସିଲ୍ଡକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ପ୍ରତ୍ୟେକ ରାଜ୍ୟକୁ ଏହି ସବୁ ଟିକା ପହଞ୍ଚାଯାଉଛି। ବିଭିନ୍ନ ସ୍ଥାନରେ ଟିକାକରଣ କରିବା ପାଇଁ ପୂର୍ବ ପ୍ରସ୍ତୁତି କରାଯାଉଛି । ଯାହାର ଆରମ୍ଭ ଆସନ୍ତା ୧୬ ତାରିଖକୁ ହେବାକୁ ଯାଉଛି। ବର୍ତ୍ତମାନ ୩ କୋଟି କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ । ଏହା ପରେ ଆଗଧାଡ଼ିର କର୍ମୀ, ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ରୋଗଗ୍ରସ୍ତ ଲୋକଙ୍କୁ ଏହି ଟିକା ଦିଆଯିବ ।

   Related Posts