Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଜି ରାତି ୮ରେ ପ୍ରଧାନମନ୍ତ୍ରୀ‌ ମୋଦୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ, ସାମିଲ ହେବେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ

17/04/2021 at 6:33 PM

ନୂଆଦିଲ୍ଲୀ ୧୭/୦୪: ଦେଶରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି। ଗତ କିଛି ଦିନରେ ଅଧିକରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି। ପ୍ରତିଦିନ  ହଜାରେରୁ ଉର୍ଦ୍ଧ୍ବ ଲୋକ କରୋନାରେ ପ୍ରାଣ ମଧ୍ୟ ହରାଉଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତି ୮ଟାରେ ବୈଠକ କରିବାକୁ ଯାଉଛନ୍ତି। ଏଥିରେ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ମୋଦୀ। ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ୧୧ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।

ଆଜି ରାତି ୮ଟାରେ କରୋନା ସଂକ୍ରମଣ ଏବଂ କରୋନା ଟିକାକରଣକୁ ନେଇ ମୋଦୀ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ବୋଲି କୁହାଯାଉଛି। ଏହି ସମୟରେ ମନ୍ତ୍ରାଳୟଗୁଡ଼ିକର ଅଧିକାରୀମାନଙ୍କ ସହ ସେ ଆଲୋଚନା କରିବେ । ଏହା ପୂର୍ବରୁ ପିଏମ ମୋଦୀ ସ୍ବାସ୍ଥ୍ୟ, ଷ୍ଟିଲ୍‌, ସଡ଼କ ପରିବହନ ମନ୍ତ୍ରାଳୟ ସମେତ ଅନ୍ୟ ମନ୍ତ୍ରାଳୟ ଏବଂ ବିଭାଗ ସହ ବୈଠକ କରିଥିଲେ। ସେତେବେଳେ ମୋଦୀ ସମସ୍ତ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହ ମେଳ ରଖି କାର୍ଯ୍ୟ କରିବା ଉପରେ ଜୋର ଦେଇଥିଲେ।

କହି ରଖୁଛୁ, ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ୧୧ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ବୈଠକ ପରେ ସେ କହିଛନ୍ତି, ଆବଶ୍ୟକତା ଅନୁସାରେ ଭେଣ୍ଟିଲେଟର ଦିଆଯାଉଛି। ଦେଶରେ ଏବେ କୋଭିଡ୍‌ ପାଇଁ ସମର୍ପିତ ୨,୦୪୮ ଟି ହସ୍ପିଟାଲ ରହିଛି।   

   Related Posts