Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

‘ଜନତା କର୍ଫ୍ୟୁ’କୁ ଅଦ୍ଭୁତପୂର୍ବ ଭାବେ ପାଳନ କରିଛନ୍ତି ଦେଶବାସୀ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

22/03/2020 at 4:40 PM

ନୂଆଦିଲ୍ଲୀ, ୨୨|୦୩:   କରୋନା ବିରୋଧରେ ଦେଶବାସୀ ରବିବାର ଏକାଠି ହୋଇଛନ୍ତି। ସେମାନେ ଜନତା କର୍ଫ୍ୟୁ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲକୁ ଦେଶବାସୀ ସମର୍ଥନ ଜଣାଇ କରୋନା ମୁକାବିଲା ଦିଗରେ ଗୋଟିଏ ପାଦ ଆଗକୁ ବଢାଇଛନ୍ତି। ଏହାକୁ ନେଇ ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୋଦୀ ଟ୍ୱିଟ କରି କହିଛନ୍ତି ଯେ, ଦେଶବାସୀ ଏକାଠି ହୋଇ କରୋନାର ମୁକାବିଲା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆମେ କରୋନା ବିରୋଧରେ ଯୁଦ୍ଧ କରିବା ବୋଲି ସେ ଆହ୍ୱାନ ମଧ୍ୟ କରିଛନ୍ତି। ଏହାସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଘରେ ରହି ବାହାରକୁ ନବାହାରି ଥିବାରୁ ମୋଦୀ ଜନତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଆଉ ଏକ ଭିଡିଓ ରିଟ୍ୱିଟ କରି କିପରି ରାସ୍ତାଘାଟ ଶୁନଶାନ ହୋଇପଡିଛି ତାହା ମୋଦୀ କହିଛନ୍ତି। ଏହାସହ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଜନତା କର୍ଫ୍ୟୁକୁ ପାଳନ କରି ଘରୁ ବାହାରି ନାହାଁନ୍ତି ମୋଦୀ ସେମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆଜି ଅନେକ ଲୋକ ନିଜ ପରିବାର ସହ ଭଲ ସମୟ ବିତାଇଛନ୍ତି। ଘରେ ରହି ଟିଭି ଦେଖିବାର ମଜା ନେବା ସହ ଭଲ ଖାଦ୍ୟ ମଧ୍ୟ ଖାଇଛନ୍ତି।

ସୂଚନାଯୋଗ୍ୟ, ୧୪ ଘଂଟାର ଏହି ଜନତା କର୍ଫ୍ୟୁ ରାତି ୯ଟାରେ ସରିବ। ଏହା ସକାଳ ୭ଟାରୁ ଆରମ୍ଭ ହୋଇଥିଲା।

   Related Posts