ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଆନ୍ଧ୍ରର ବିକାଶ ପାଇଁ ଯେଉଁ ଅର୍ଥ ଦିଆଯାଇଛି ତାର ହିସାବ ମାଗିବାରୁ ସ୍ଥାନୀୟ ସରକାର ଭୟଭୀତ ହୋଇଯାଇଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | February 10, 2019 IST

ଆନ୍ଧପ୍ରଦେଶ  ୧୦/୨-ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ମୋଦି ଏକ ର୍ନିବାଚନୀ ରାଲିରେ ଯୋଗ ଦେଇ ଚନ୍ଦ୍ରବାବୁ ନାଇଡୁଙ୍କୁ ବର୍ଷିଛନ୍ତି । ଆନ୍ଧ୍ରର ବିକାଶ ପାଇଁ ଯେଉଁ ଅର୍ଥ ଦିଆଯାଇଛି ତାର ହିସାବ ମାଗିବାରୁ ସ୍ଥାନୀୟ ସରକାର ଭୟଭୀତ ହୋଇଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ର୍ନିବାଚନ ହାରିବାରେ ଓ ପଛରୁ ଛୁରୀ ମାରିବାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ। ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ନିଜ ପୁଅର ଭବିଷ୍ୟତ ସୁରକ୍ଷା କରିବା ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କର ଏକ ମାତ୍ର ଲକ୍ଷ୍ୟ। ତେଲୁଗୁ ଦେଶମ ସହ ମେଣ୍ଟ ଭାଙ୍ଗିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଆନ୍ଧ୍ର ଗସ୍ତରେ ଯାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ସମାଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.