ଜୋରସୋରରେ ଚାଲିଛି ପ୍ରଚାର : କାଠୱାରେ ନ୍ୟାସନାଲ କନଫରେନ୍ସ ଏବଂ ପିଡିପି ଉପରେ ବର୍ଷିଲେ ମୋଦି, ଆସାମରେ ପ୍ରିୟଙ୍କାଙ୍କ ରୋଡ଼ ଶୋ'

Published By : Prameya-News7 Bureau | April 14, 2019 IST

ଆସନ୍ତା ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଜୋରସୋରରେ ଆଗେଇ ଚାଲିଛି ବିଭିନ୍ନ ଦଳର ନିର୍ବାଚନୀ କ୍ୟାମ୍ପେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ-କାଶ୍ମୀରର କାଠୱା ସହ ଉତ୍ତରପ୍ରଦେଶର ଆଲିଗଡ଼ ଏବଂ ମୋରାଦାବାଦରେ ପ୍ରଚାର କରିଛନ୍ତି । ସେପଟେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ବାହାରେ ଆସାମରେ ଆଜି ରୋଡ୍ ଶୋ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏପଟେ ପତ୍ନୀ ହେମା ମାଳିନୀଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର । ...      

{"id":103530,"width":580,"height":369}

ଜାମ୍ମୁ-କାଶ୍ମୀରର କାଠୱାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର । ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି ମୋଦି । ଏହି ଅବସରରେ ମୋଦି ନ୍ୟାସନାଲ କନଫରେନ୍ସ ଏବଂ ପିଡିପି ଉପରେ ବର୍ଷିଛନ୍ତି । ଏଇ ଦୁଇ ଆଞ୍ଚଳିକ ଦଳ ଦେଶକୁ ଭାଗ ଭାଗ କରିବାକୁ ଚାହୁଁଥିବାର ସଙ୍ଗୀନ ଅଭିଯୋଗ କରିଛନ୍ତି ମୋଦି । ଏହାସହ ପରିବାର ବାଦ ଓ ଜାଲିଆନୱାଲାବାଗ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ସମାଲୋଚନା କରିଛନ୍ତି । କାଠୱା ପରେ ଉତ୍ତରପ୍ରଦେଶର ଆଲିଗଡ଼ ଏବଂ ମୋରାଦାବାଦ ଜନ ସମାବେଶରେ ମୋଦି ପ୍ରଚାର କରିଥିଲେ।

{"id":103531}

ସେପଟେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ବାହାରେ ରୋଡ ସୋରେ ସାମିଲ ହୋଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି । ଆଜି ଆସାମ ସିଲଚର୍‌ ରେ ରୋଡ୍ ଶୋ କରି ପ୍ରିୟଙ୍କା ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ପାଇଁ ଭୋଟ୍ ମାଗିଛନ୍ତି । …

{"id":103532}

ଭାଇ ରାହୁଲଙ୍କ ପାଇଁ ଭଉଣୀ ପ୍ରିୟଙ୍କା ପ୍ରଚାର ମୈଦାନକୁ ଓହ୍ଲାଇ ଥିବା ବେଳେ ଏଠି ପତ୍ନୀ ହେମା ମାଳିନୀଙ୍କ ପାଇଁ ବାହାରିଛନ୍ତି ଭେଟେରାନ ଆକ୍ଟର ଧର୍ମେନ୍ଦ୍ର । ଆଜି ମଥୁରାର ଜାଠ୍ ବହୁଳ ଅଞ୍ଚଳରେ ର୍ୟାଲି କରିଛନ୍ତି ।ଉତ୍ତରପ୍ରଦେଶ ନିର୍ବାଚନୀ ଯୁଦ୍ଧରେ ପ୍ରତିଦିନ ନୂଆନୂଆ ଦୃଶ୍ୟ ଦେଖିବା ସହ ନୂଆ ନୂଆ ଡାଇଲଗ୍ ଶୁଣିବାକୁ ମିଳୁଛି । ପୂର୍ବରୁ କିଆରିରେ ପଶି ହେମା ହାତରେ ଦା ଧରି ଫସଲ କାଟିବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଆଜି ଧର୍ମେନ୍ଦ୍ର ନିଜକୁ ଚାଷୀର ପୁଅ ବୋଲି କହିଭୋଟ ମାଗିଛନ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.