Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଏବେ ମୋଦିଙ୍କ ଟାର୍ଗେଟ୍ ୨୦୨୪ ସାଧାରଣ ନିର୍ବାଚନ, ମନ୍ତ୍ରୀଙ୍କୁ ଦେଇସାରିଲେଣି ଟାସ୍କ

28/10/2021 at 6:29 PM

ନୂଆଦିଲ୍ଲୀ ୨୮।୧୦: ମୋଦିଙ୍କ ୨ୟ ପାଳି ସରକାରର କାର୍ଯ୍ୟକାଳ ପାଖାପାଖି ଅଧାଅଧି ହେଲାଣି। ୨୦୨୪ରେ ହେବ ସାଧାରଣ ନିର୍ବାଚନ। ଏଣୁ ପ୍ରଧାନମନ୍ତ୍ରୀ ଆଗାମୀ  ନିର୍ବାଚନକୁ ନଜରରେ ରଖି ଏବେ କାମରେ ଲାଗିଯାଇଛନ୍ତି।  ମୋଦି ଯେଉଁ ଗତିରେ କାମ କରୁଛନ୍ତି ସେ ଚାହୁଁଛନ୍ତି ତାଙ୍କ ମନ୍ତ୍ରୀମଣ୍ଡଳ ଓ ବରିଷ୍ଠ ଅଧିକାରୀମାନେ ତାଙ୍କ ସହ ତାଳ ଦେଇ କାମ କରନ୍ତୁ। ଯାହା ଦ୍ୱାରା ଆଗାମୀ ସାଧାରଣ ନିର୍ବାଚନରେ ସମ୍ମୁଖୀନ ହେବାକୁ ଥିବା ଆହ୍ୱାନର ସହଜ ମୁକାବିଲା ହୋଇପାରିବ। ଏଥିଲାଗି ମୋଦି ତାଙ୍କ ପ୍ରଥମ ପାଳି ସରକାର କାଳରେ ପ୍ରତିମାସର ଶେଷ ବୁଧବାର କରୁଥିବା ମନ୍ତ୍ରୀମାନଙ୍କ ସାମୂହିକ ବୈଠକ ଏବେ ଆରମ୍ଭ କରିଦେଇଛନ୍ତି।

ଏହି ବୈଠକକୁ ପ୍ରଧାନମନ୍ତ୍ରୀ ‘ଚିନ୍ତନ ବୈଠକ’ ନାମ ଦେଇଥିବା ବେଳେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗର କାର୍ଯ୍ୟକାରିତା ପଚାରି ବୁଝୁଛନ୍ତି। ଏଥିରେ ଅଧିକ କଣ କରାଯାଇ ପାରିବ ଆଗାମୀ ବୈଠକରେ ପ୍ରସ୍ତୁତି କରିଆସିବାକୁ ମୋଦି ମନ୍ତ୍ରୀ ମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହିକ୍ରମରେ ଗତ ଅକ୍ଟୋବର ୨୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଚିନ୍ତନ ବୈଠକ ସୁଷମା ସ୍ୱରାଜ ପ୍ରବାସୀ ଭାରତୀୟ ଭବନରେ ଅନୁଷ୍ଠିତ ହୋଇଥିଲା।

ଅନ୍ତରଙ୍ଗ ଆଳାପରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ମନ୍ତ୍ରାଣାଳୟର ସର୍ବପୁରାତନ କର୍ମଚାରୀଙ୍କୁ ଭେଟିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ପ୍ରତ୍ୟେକ ମନ୍ତ୍ରୀ ଏପରି ଅନୁନ୍ୟ ୫ ଜଣକର୍ମଚାରୀଙ୍କୁ ଭେଟନ୍ତୁ ଯିଏ ତାଙ୍କର ସାରା ଜୀବନ ବିଭାଗରେ ଉତ୍ସର୍ଗ କରିସାରିଛନ୍ତି। ସିଏ ହୁଏତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବି ହୋଇପାରନ୍ତି, ତାଙ୍କ ସହ ବିଭାଗ ନେଇ ବିସ୍ତୃତ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଉପରେ ଏବେ ମନ୍ତ୍ରୀମାନେ କାମ କରିବା ଆରମ୍ଭ କରିଦେଇଛନ୍ତି।

ମନ୍ତ୍ରୀମାନେ ଏବେ ଏପରି କର୍ମଚାରୀଙ୍କୁ ବାଛି ବାଛି  ଭୋଜନ ନିମନ୍ତେ ଆମନ୍ତ୍ରଣ କରୁଥିବା ବେଳେ ସେମାନଙ୍କ ଦୀର୍ଘ ଚାକିରୀ ଅଭିଜ୍ଞତା ଶୁଣୁଛନ୍ତି। ଯେଉଁଥିରୁ ନୂଆ ନୂଆ ତଥ୍ୟ ସବୁ ଆସୁଥିବାର ଜଣାପଡିଲାଣି।  ଏହି କ୍ରମରେ ଜନୈକ କର୍ମଚାରୀଙ୍କ ସହ ଆଲୋଚନା କାଳରେ କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ ତାଙ୍କ ବିଭାଗରୁ ଏପରି ଦୁଇଟି ବିଭାଗକୁ ପୃଥକ କରିଦିଆଯାଇଥିଲା ଯାହାର ମୁଖ୍ୟ ବିଭାଗ ଲାଗି ଅଧିକ ଆବଶ୍ୟକତା ରହୁଥିବା ଜନୈକ ମନ୍ତ୍ରୀ ଜାଣିବାକୁ ପାଇଛନ୍ତି।

କେବଳ ଏତିକି ନୁହେଁ ମନ୍ତ୍ରୀମାନେ ଏପରି ସରକାରୀ କର୍ମଚାରୀଙ୍କ ସହ ଅନ୍ତରଙ୍ଗ ଆଲୋଚନା କରି ନିଜନିଜ ବିଭାଗର  ଗୁରୁତ୍ୱ, ଆବଶ୍ୟକତା ଓ ବିକାଶ ଲାଗି କଣ ଆବଶ୍ୟକତା ରହିଛି ସେ ନେଇ ଫିଡବ୍ୟାକ୍‌ ସଂଗ୍ରହରେ ଲାଗିଛନ୍ତି। ଯାହାକୁ ଆଗାମୀ ବୈଠକରେ ଉପସ୍ଥାପନ କରିବେ। କେନ୍ଦ୍ରରେ ବିଜେପିର ପ୍ରଥମ ସରକାରରେ ପ୍ରଧାନମନ୍ତ୍ରୀ କାର-ପୁଲ୍ ବୈଠକ କରୁଥିଲେ। ଏଥିରେ ଗୋଟିଏ କାରରେ ଏକାଧିକ ମନ୍ତ୍ରାଳୟଙ୍କ କ୍ୟାବିନେଟ୍ ଓ ରାଜ୍ୟମନ୍ତ୍ରୀ ବୈଠକ ସ୍ଥଳକୁ ପହଞ୍ଚୁଥିଲେ।  ଯେପରି ମନ୍ତ୍ରୀଙ୍କ ମଧ୍ୟରେ ପରସ୍ପର ଭାବର ଆଦାନ ପ୍ରଦାନ ହୋଇପାରିବ। ଏବେ ପୁଣି ସେହି ଅଭ୍ୟାସ୍‌ ଆରମ୍ଭ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ।

   Related Posts