ଓଡିଶାର ଧୀମା ବିକାଶକୁ ନେଇ ନବୀନ ସରକାରଙ୍କୁ ମୋଦିଙ୍କର ମୃଦୁ ଭର୍ସନା,ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିନଥିଲେ ମୋଦି: କଂଗ୍ରେସ କହିଲା ବିଜେପି ବିଜେଡିର ମିଲିଭଗତ

Published By : Prameya-News7 Bureau | December 24, 2018 IST

ଭୁବନେଶ୍ୱର ୨୪/୧୨ : ବିଜେପି କ୍ଷମତାକୁ ଆସିଲେ ପ୍ରକୃତ ବିକାଶ ହେବ। ବିଜେପି ହିଁ ଓଡିଶା ବିକାଶରେ ଗତି ଭରିବ । ୨୦୧୯ ନିର୍ବାଚନ ପୂର୍ବରୁ ବିକାଶ ମନ୍ତ୍ରରୁ ନିର୍ବାଚନୀ ମାହୋଲ ସୃଷ୍ଟି କରିଛନ୍ତି ମୋଦି। ପୁରା ଫୋକସରେ ରହିଛି ଓଡିଶା ବିକାଶର କଥା । ମୋଦି ସରକାର ଓଡିଶାକୁ କଣ ଦେଇଛି ତାର ହିସାବ ରଖିଛନ୍ତି ମୋଦି। କହିଛନ୍ତି ଏଠାରେ ନବୀନ ସରକାର ବିକାଶ କ୍ଷେତ୍ରରେ କଛପ ଗତିରେ ଚାଲିଛି। ବିଜେପିକୁ କ୍ଷମତାକୁ ଆଣିବାକୁ କର୍ମିଙ୍କୁ ଆହ୍ବାନ ଦେଇଛନ୍ତି ମୋଦି ।

{"id":66879}

ମୋଦିଙ୍କ ଟାର୍ଗେଟରେ ନବୀନ ସରକାର। ଓଡିଶାର ଧୀମା ବିକାଶକୁ ନେଇ ନବୀନ ସରକାରଙ୍କୁ ମୋଦିଙ୍କର ମୃଦୁ ଭର୍ସନା । କେନ୍ଦ୍ରୀୟ ଯୋଜନା କିଭଳି ଓଡିଶାରେ କଛପ ଗତିରେ ଚାଲିଛି ତାକୁ ନେଇ ବିଜେପି କର୍ମୀମାନଙ୍କୁ ଖୋର୍ଦ୍ଦା ସମାବେଶରେ ଉଦବୋଧନ ଦେଇଛନ୍ତି ମୋଦି। ନିଜସ୍ବ ଷ୍ଟାଇଲ୍‌ରେ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଥିବା ମୋଦି ଓଡିଶା ବିକାଶର ଚିତ୍ର ଥୋଇଥିଲେ ଲୋକଙ୍କ ପାଖରେ। ବିଜେପି ସରକାର ଗତ ୪ ବର୍ଷରେ ଓଡିଶାକୁ କଣ ଦେଇଛି ତାର ହିସାବ ଦେଇଥିଲେ।୧୯ ଜିଲ୍ଲାରେ ଶସ୍ତା ପାଇପ ଗ୍ୟାସ ଠାରୁ ରାସ୍ତାଘାଟର ବିକାଶ ପାଇଁ କେନ୍ଦ୍ରସରକାର ୫ ଗୁଣା ଅର୍ଥ ଦେବାକଥା ଉଠାଇଥିଲେ। ସ୍ବଛ ଭାରତରେ ଓଡିଶା କିଭଳି ପଛରେ ଏବଂ ଓଡିଆ ଯୁବକ କାହିଁକି ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଯାଉଛନ୍ତି ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ମୋଦି।

{"id":66880}

କୃଷି କ୍ଷେତ୍ରରେ ଓଡିଶା କିଭଳି ପଛରେ ଅଛି, ଜଳସେଚନ ପ୍ରକଳ୍ପ କିଭଳି ବର୍ଷବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି ଏକଥା କହି ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ ମୋଦି। ସେହିଭଳି ରାଜ୍ୟରେ ଚାଲିଥିବା ପିସି କାରବାର ଏବଂ ଚିଟଫଣ୍ଡ ଦୁର୍ନୀତିକୁ କଥା ବି ଉଖାରିଥିଲେ ମୋଦି। ଆୟୁଷ୍ମାନ ଯୋଜନା କାହିଁକି ଓଡିଶାରେ ଲାଗୁ ହେଲାନି ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ।

{"id":66881}

ତେବେ ମୋଦି ତାଙ୍କ ଭାଷଣାରେ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିନଥିବାରୁ କଂଗ୍ରେସ କହିଛି ମିଲି ଭଗତରେ ଅଛନ୍ତି ବିଜେଡି ଓ ବିଜେପି। କୃଷିଋଣ ଛାଡ ପ୍ରସଙ୍ଗରେ କାହିଁକି ନବୀନ ଓ ମୋଦି ନିରବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ବିଜେଡି  ଅନ୍ୟ ବିଜେପି ଶାସିତ ରାଜ୍ୟର ବିକାଶ କଥା ଉଠାଇଥିବା ବେଳେ କେନ୍ଦ୍ର ସରକାର କେଉଁ ପ୍ରସଙ୍ଗରେ ଓଡିଶାର ବିକାଶକୁ ଅଣଦେଖା କରିଛନ୍ତି ସେ ନେଇ ପ୍ରଶ୍ନ କରିଛି।

{"id":66882}

ମୋଦି ଏସବୁ କଥା କହିବାବେଳେ ଖୋର୍ଦ୍ଧା ମାଟିର ପାଇକ ବୀରଙ୍କ ବୀରତ୍ବର ଗାଥାକୁ ରୋମନ୍ଥନ କରିଥିଲେ। ବୀରତ୍ବ ଓ ବଳିଦାନର ଇତିହାସ ଲେଖିଥିବା ଖୋର୍ଦ୍ଧା ମାଟିରୁ ଓଡିଶା ରାଜନୀତିର ପଟପରିବର୍ତନ କଥା ଉଖୁରେଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.