କଂଗ୍ରେସ ଉପରେ ବର୍ଷିଲେ ମୋଦି: କହିଲେ ଜରୁରୀକାଳୀନ ପରିସ୍ଥିତି ବେଳେ ଦେଶର ଆତ୍ମାକୁ ଦଳି ମକଚି ଦିଆଯାଇଥିଲା

Published By : Prameya-News7 Bureau | June 25, 2019 IST

ନୂଆଦିଲ୍ଲୀ୨୫|୬: ଆଜି ଲୋକସଭାରେ କଂଗ୍ରେସ ଉପରେ ଖୁବ୍‌ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ସମୟରେ ପିଏମ୍‌ ମୋଦିଙ୍କ ନିଶାନାରେ ଥିଲା କଂଗ୍ରେସ । ପୂର୍ବ ସରକାରଙ୍କ ଅବଦାନକୁ ଭୁଲିଯିବା ଅଭିଯୋଗର ଜବାବ୍‌ରେ ଇନ୍ଦିରା ଗାନ୍ଧିଙ୍କ ସମୟର ଜରୁରୀକାଳୀନ ପରିସ୍ଥିତି ପ୍ରସଙ୍ଗ ଉଠାଇଥିଲେ ମୋଦି ।  କହିଥିଲେ ସେତେବେଳେ ଦେଶର ଆତ୍ମାକୁ ଦଳିମକଚି ଦିଆଯାଇଥିଲା । କ୍ଷମତା ବଞ୍ଚାଇବାକୁ ସାରା ଦେଶକୁ ଜେଲଖାନା ବନାଇଦିଆଯାଇଥିଲା । ଦେଶର ମହାପୁରୁଷମାନଙ୍କୁ ଜେଲର ଚାରିକାନ୍ଥ ଭିତରୁ ଜୋର୍‌ ଜବରଦସ୍ତ ଠେଲିଦିଆଯାଇଥିଲା ।

ଜରୁରୀକାଳୀନ ସ୍ଥିତି ନ୍ୟାୟପାଳିକାକୁ  ଅନାଦର କରିବାର ଜ୍ବଳନ୍ତ ଉଦାହରଣ । କଂଗ୍ରେସ ବହୁ ଉଚ୍ଚରେ ଉଡ଼ୁଛି । ଦୂରତା ଯୋଗୁଁ କଂଗ୍ରେସକୁ ଗ୍ରାଉଣ୍ଡରେ ଲୋକଙ୍କ ସମସ୍ୟା ଦେଖାଯାଉନି । ବିଜେପିର କଂଗ୍ରେସ ସହ କୌଣସି ମୁକାବିଲା ନାହିଁ । ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସହ ଅବଗତ ନୁହେଁ କଂଗ୍ରେସ । କଂଗ୍ରେସ ମହିଳା ଶସକ୍ତିକରଣ ଅନେକ ସୁଯୋଗ ହରାଇଛି ।

ବର୍ତମାନ ବିଜେପି ସରକାର ତିନ ତଲାକ୍‌ ବିଲ୍‌ ଆଣିଛି । ୩୫ବର୍ଷ ପରେ ସୁଯୋଗ ଆସିଛି । ତିନ୍‌ ତଲାକ୍‌ ବିଲ୍‌ରେ ରାଜନୀତିର ରଙ୍ଗ ଦେବା ଉଚିତ୍‌ ନୁହେଁ । ଦେଶରେ ଗଠନାତ୍ମକ ପରିବର୍ତନ ପାଇଁ ସମୟ ଆବଶ୍ୟକ । ୭୦ବର୍ଷର ରୋଗକୁ ମାତ୍ର ୫ବର୍ଷରେ ଦୂର କରିବା କାଠିକର ପାଠ । ତଥାପି ବିଜେପି ସରକାର ଏହି ପାଠକୁ ଆପଣାଇବା ସହ ସ୍ଥିତି ସୁଧାରିବା ଦିଗରେ ଅଗ୍ରସର ହେଉଛି ।

ଗରିବ କଲ୍ୟାଣ ସହ ଆଧୁନିକ ଭାରତର ଲକ୍ଷ୍ୟ ଆଗକୁ ବଢ଼ିବାର ଚେଷ୍ଟା ଜାରି ରଖିଛି । ୨୦୧୪ରେ ଜନତା ସୁଯୋଗ ଦେଇଥିଲେ । ପୁଣି ଥରେ ମୋ ସରକାର ଉପରେ ଭରସା କରିଛନ୍ତି ଜନତା । ସେମାନଙ୍କୁ ନିରାଶ ହେବାକୁ ପଡ଼ିବନି । ମୋ ସରକାର ଗରିବଙ୍କ ପାଇଁ ସମର୍ପିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.