Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୋଦି ଆରମ୍ଭ କରିଛନ୍ତି ‘ମେ ଭି ଚୌକିଦାର’ ଅଭିଯାନ, ଟ୍ବିଟରରେ ୩ ମିନିଟ୍ ୪୫ ସେକେଣ୍ଡର ଭିଡିଓ ଆଟାଚ କରିଛନ୍ତି ମୋଦି: ବିଜେପି ସ୍ଲୋଗାନକୁ କଟାକ୍ଷ କରି ଟ୍ୱିଟ କଲେ ରାହୁଲ

16/03/2019 at 7:21 PM

ଦିଲ୍ଲୀ ୧୬/୩ : ୨୦୧୪ ସାଧାରଣ ନିର୍ବାଚନରେ ଚାଏୱାଲା ପରି ଏଥର ଚୌକିଦାର କ୍ୟାମ୍ପେନ ଚଳାଇବ ବିଜେପି । ଖାସ୍ ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ‘ମେ ଭି ଚୌକିଦାର’ ଅଭିଯାନ। ବିରୋଧୀ ଦଳର ‘ଚୌକିଦାର ଚୋର ହେ’ ସ୍ଲୋଗାନକୁ କାଉଣ୍ଟର କରି ବିଜେପି ଆରମ୍ଭ କରିଛି ଏଇ ନୂଆ ସ୍ଲୋଗାନ। ସେପଟେ ବିଜେପିର ଏଇ ସ୍ଲୋଗାନକୁ କଟାକ୍ଷ କରି ଟ୍ବିଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।…

Your Chowkidar is standing firm & serving the nation.

But, I am not alone.

Everyone who is fighting corruption, dirt, social evils is a Chowkidar.

Everyone working hard for the progress of India is a Chowkidar.

Today, every Indian is saying-#MainBhiChowkidar— Narendra Modi (@narendramodi) March 16, 2019

୨୦୧୪ର ପୁନରାବୃତ୍ତି ୨୦୧୯ରେ। ଗତଥର ଚାଏୱାଲା ପରି ଏଥର ମେ ଭି ଚୌକିଦାର ସ୍ଲୋଗାନ ଲଞ୍ଚ୍ କରି ଜନତାଙ୍କୁ ଧରିବାକୁ ଚେଷ୍ଟା କରିଛି ବିଜେପି । ଟ୍ବିଟରରେ ୩ ମିନିଟ୍ ୪୫ ସେକେଣ୍ଡର ଏକ ଭିଡିଓ ଆଟାଚ୍ କରି ମୋଦି ନିଜର ଗୁଣଗାନ କରିବା ସହ ଦେଶର ପ୍ରଗତି ପାଇଁ କଠିନ ପରିଶ୍ରମ କରୁଥିବା ସମସ୍ତେ ଦେଶର ଜଣେ ଜଣେ ଚୌକିଦାର ବୋଲି ଲେଖିଛନ୍ତି । ରିଲିଜ୍‌ ହୋଇଥିବା ଏହି ଭିଡିଓରେ ମାର୍ଚ୍ଚ ୩୧ ରେ ମେଁ ଭି ଚୌକିଦାର କାର୍ଯ୍ୟକ୍ରମରେ ଯୋଡି ହେବାକୁ ଅପିଲ କରାଯାଇଛି।

Defensive tweet Mr Modi!

You feeling a little guilty today? pic.twitter.com/ztVGRlc599— Rahul Gandhi (@RahulGandhi) March 16, 2019

ମୋଦିଙ୍କର ଏଭଳି ଟ୍ବିଟ୍‌ ପରେ ସରଗରମ ହୋଇଛି ରାଜନୀତି । କଥାରେ ନୁହେଁ ଲେଖାରେ ଜବରଦସ୍ତ କାଉଁଣ୍ଟର କରିଛନ୍ତି ରାହୁଲ । ମେ ଭି ଚୌକିଦାର ଲେଖିବା ସହ ବିଭିନ୍ନ ବ୍ୟାଙ୍କକୁ ହଜାର ହଜାର କୋଟି ଟଙ୍କାର ଚୂନ ଲଗାଇଥିବା ନିରବ ମୋଦି, ବିଜୟ ମାଲ୍ୟା, ମେହୁଲ ଚୌକସି, ଗୌତମ ଅଦାନୀ, ଅନୀଲ ଅମ୍ବାନୀ ଆଦିଙ୍କର ଫଟୋ ଲଗାଇ କଟାକ୍ଷ କରିଛନ୍ତି ରାହୁଲ ।

୨୦୧୪ରେ ମଣିଶଙ୍କର ଆୟାର ମୋଦିଙ୍କୁ ଚାଏ ବାଲା କହିବା ପରେ ଯେମିତି ତାକୁ ନେଇ ପ୍ରଚାର ଜୋର କରିଥିଲା ବିଜେପି, ଠିକ ସେହିପରି ସମାନ ଢଙ୍ଗରେ ରାଫେଲ ପ୍ରସଙ୍ଗରେ ମୋଦିଙ୍କୁ ‘ଚୌକିଦାର ଚୋର ହେ’ ସମାଲୋଚନା କରିବା ପରେ ଏବେ ବିଜେପି ଏହି ଭିଡିଓ ମାଧ୍ୟମରେ କ୍ୟାମ୍ପେନ ଜୋରଦାର କରିଛି।

   Related Posts