ପୁରୀରୁ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେବେ ! ବିଜେପି ଉତ୍ସାହିତ, ହେଲେ କିଛି ପଡିବନି ଫରକ କହିଲା ବିଜେଡି

Published By : Prameya-News7 Bureau | November 13, 2018 IST

ଭୁବନେଶ୍ବର ୧୩|୧୧: ଶ୍ରୀକ୍ଷେତ୍ର ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢିବେ ବୋଲି ପୁଣି ଚର୍ଚ୍ଚା । ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲ୍ଲିପ ଘୋଷ ଏଭଳି ସଂଙ୍କେତ ଦେବାପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ହଲଚଲ । କେବଳ ସେତିକି ନୁହେଁ ପୁରୀରୁ ମୋଦି ଲଢିବେ ଆଉ ପଶ୍ଚିମ ବଙ୍ଗରୁ ଅମିତ ସାହା ନିର୍ବାଚନ ଲଢିବେ ବୋଲି ଦିଲ୍ଲିପ ଘୋଷଙ୍କ ସୂଚନା ପରେ ବିଜେପିର ମିଶନ ଇଷ୍ଟର ଏହା ଏକ ଅଂଶ ବୋଲି ଆଲୋଚନା ହେଉଛି । ଯେହେକୁ ପଶ୍ଚିମବଙ୍ଗ ଓ ଓଡିଶାର ଲୋକସଭା ସିଟସଂଖ୍ୟା ୬୩ ସେଥିପାଇଁ ଏହି ଦୁଇ ରାଜ୍ୟକୁ ଫୋକସ କରି ବିଜେପି ୨୦୧୯ ନିର୍ବାଚନ ବୈତରଣି ପାର ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି । କେବଳ ଏହି ଦୁଇ ରାଜ୍ୟ ନୁହେଁ ଆସାମ ସମେତ ଉତ୍ତ-ପୂର୍ବ ରାଜ୍ୟ ଉପରେ ବି ଏହାର ସିଧାସଳଖ ପ୍ରଭାବ ପଡିବ । ସେଥିପାଇଁ ଉଭୟ ମୋଦି ଓ ସାହା ବାରମ୍ବାର ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି ବୋଲି କୁହାଯାଉଛି । ଏହାପଛରେ ଆଉ ଏକ କାରଣ ଥିବା ବି କୁହାଯାଉଛି । ଉତ୍ତର ପ୍ରଦେଶରେ ବିଜେପି ୨୦୧୪ରେ ୭୩ ସିଟ୍ ନେଇ ଯେଉଁ ମିରାକଲ ଦେଖାଇଥିଲା ତାହା ଯେ ଆଉ ରିପିଟ ହେବ ସେ ସମ୍ଭାବନା ନାହିଁ । ଏଭଳି ସ୍ଥିତିରେ ମିଶନ ଇଷ୍ଟ ବା ପୂର୍ବୋତର ରାଜ୍ୟର ଏହି ସିଟ୍ ଭରଣା ଯୋଜନାରେ ଅଛି ବିଜେପି । ଏଭଳି ଖବର ରାଜ୍ୟ ବିଜେପି କ୍ୟାମ୍ପକୁ ଏକପ୍ରକାର ବଳ ଦେଇଛି । ଯେହେତୁ ରାଜ୍ୟ ବିଜେପି ମିଶନ ୧୨୦ ପ୍ଲସ ନାରା ଦେଇ ଆଗକୁ ବଢୁଛି ସେଥିପାଇଁ ମୋଦିଙ୍କ ପୁରୀ ଲୋକସଭା ସିଟରେ ଲଢିବା ଖବର ନିଶ୍ଚିତ ଭାବେ ଏହି ମିଶନ ସଫଳ ଦିଗରେ ଆଉ ପାଦେ ଆଗକୁ ନେବ ବୋଲି କୁହାଯାଉଛି । ସେପଟେ ବିରୋଧି ବିଜେଡି ଓ କଂଗ୍ରେସ କ୍ୟାମ୍ପ କିନ୍ତୁ ବିଜେପିର ଏହି ଷ୍ଟ୍ରାଟେଜି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କାରଣ ପ୍ରଧାନମନ୍ତ୍ରୀ ପ୍ରାର୍ଥି ଯଦି ଓଡିଶାରୁ ଲଢନ୍ତି ତାହାଲେ ନିର୍ବାଚନ ଦୃଶ୍ୟପଟ୍ଟ ପୁରାପୁରି ଓଲଟ ପାଲଟ ହୋଇଯିବା କିଛି ବଡକଥା ନୁହେଁ । ଉତ୍ତର ପ୍ରଦେଶରେ ମୋଦି ୨୦୧୪ରେ ଏହା କରି ଦେଖାଇ ସାରିଛନ୍ତି । ତେବେ ଏହି ଦୁଇ ଦଳ କିନ୍ତୁ ମୁହଁ ଟାଣ ଦେଖାଇ କହିଛନ୍ତି ମୋଦି ପୁରୀରୁ ଲଢିଲେ କିଛି ବି ଫରକ ପଡିବନି । କାରଣ ଏବେ ସାରା ଦେଶରେ ଯେଉଁ ଉପନିର୍ବାଚନ ସବୁ ହେଉଛି ସେଠି ମୋଦିଙ୍କ ବିଜେପି ତଳକୁ ତଳକୁ ଖସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.