Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆମେରିକାରେ ଓଡିଆରେ କହିଲେ ମୋଦି-ସବୁକିଛି ଭଲ ଅଛି

22/09/2019 at 11:12 PM

ହଷ୍ଟନ- ଆମେରିକାରେ ହାଓଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି । ଓଡିଆରେ ସବୁ ଭଲ ଅଛି ବୋଲି କହିଛନ୍ତି । ଭାରତର ଅଲଗା ଅଲଗା ଭାଷାରେ ସେ ସବୁ ଭଲ ଅଛି ବା ଏଭ୍ରି ଥିଙ୍ଗ ଇଜ୍‌ ଫାଇନ ବୋଲି କହିଥିଲେ । ସେ ବଙ୍ଗାଳୀ, ହିନ୍ଦୀ, ଗୁଜୁରାଟୀ, ତେଲଗୁ , କନ୍ନଡ ପଞ୍ଜାବୀ, ଗୁଜୁରାଟୀ ଭାଷାରେ ସବୁକିଛି ଭଲ ଅଛି ବୋଲି କହିଛନ୍ତି ।
ମୋଦୀ ଆମେରିକାର ସମସ୍ତ ରାଜନୈତିକ ଦଳର ନେତାଙ୍କ ସହ ହାଉଡି ମୋଦି କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହା ସହ ହାଓଡି ମୋଦି ମାନେ ସବୁକିଛି ଭଲ ବୋଲି କହିଛନ୍ତି । ଏହି ପରିବେଶ ଅକଳ୍ପନୀୟ ବୋଲି ମୋଦୀ କହିଛନ୍ତି ।ଏବେ ନୂଆ ହିଷ୍ଟ୍ରି ସହ ନୂଆ କେମେଷ୍ଟ୍ରି ହେବ ବୋଲି ମୋଦି ନିଜ ଭାଷଣ ପ୍ରକାଶ କରିଛନ୍ତି । ଭାରତ ବିକାଶ ଭାରତୀୟମାନଙ୍କୁ ଯୋଗୁଁ ସମ୍ଭବ ବୋଲି କହିଛନ୍ତି । ଦେଶରକୁ ନୂଆ ଉଚ୍ଚତାକୁ ନେଇଯିବା ପାଇଁ ଓ ବିକାଶ ଏବଂ ସବକା ସାଥ ସବକା ବିକାଶ, ଏବେ ସମସ୍ତ ଲକ୍ଷ୍ୟ ଏବେ ସଙ୍କଳ୍ପରୁ ସିଦ୍ଧି ଓ ନ୍ୟୁ ଇଣ୍ଡିଆ । ଏବେ ଭାରତ ନ୍ୟୁ ଇଣ୍ଡିଆର ସ୍ୱପ୍ନ ପୂରଣ କରିବା ପାଇଁ ପରିଶ୍ରମ କରୁଛି । ଏବେ ଆମେ ଆମ ସହ ପ୍ରତିଦ୍ୱନ୍ଦିତା କରୁଛୁ । ଏବେ ଭାରତ ଆଗ ଅପେକ୍ଷା ଅଧିକ ବେଗରେ ଆଗକୁ ବଢିବା ପାଇଁ ଚାହୁଁଛି ବୋଲି ମୋଦି କହିଛନ୍ତି ।

ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡଡ ଟ୍ରମ୍ପ ନିଜର ଭାଷଣ ପ୍ରଦାନ କରିଥିଲେ । ଭାରତ ଓ ଆମେରିକା ଏବେ ବିକାଶ ଦିଗରରେ ଅଗ୍ରସର, ଦୁଇ ଦେଶ ଭିତରେ ସମ୍ପର୍କ ଆହୁରି ସୁଦୃଢ ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି କହିଛନ୍ତି । ମୋଦିଙ୍କୁ ଏକ ମହାନ୍‌ ନେତା ବୋଲି ଟ୍ରମ୍ପ ବର୍ଣ୍ଣନା କରିଛନ୍ତି ।

ଟେକ୍ସାସ ରାଜ୍ୟର ହଷ୍ଟନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଆୟୋଜନ କରାଯାଇଥିବା ‘ହାୱଡି ମୋଦି’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଯୋଗ ଦେଇଥ । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କାର୍ଯ୍ୟକ୍ରମରେ ଟ୍ରମ୍ଫଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କୁ ସଭାମଞ୍ଚକୁ ପାଛୋଟି ନେଇଥିଲେ। ପରେ ଉଭୟ ଦେଶର ଜାତୀୟ ସଙ୍ଗୀତ ସହ ସଭା ଆରମ୍ଭ ହୋଇଥିବା ବେଳେ ମୋଦି ଟ୍ରମ୍ଫଙ୍କୁ ସଭାରେ ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିଲେ। ତାଙ୍କୁ ଷ୍ଟାଡିୟମରେଆମେରିକା ମେରିଲ୍ୟାଣ୍ଡ ପ୍ରତିନିଧି ଷ୍ଟେନି ହୋୟରଙ୍କ ସହ ଟ୍ରମ୍ଫ ଙ୍କ ସାଂସଦମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ହୋୟର ଉପସ୍ଥିତ ଜନସମାବେଶକୁ ସ୍ୱାଗତ କରିବା ସହ ସମ୍ବୋଧିତ କରିଥିଲେ। ହୋୟର ତାଙ୍କ ଉଦବୋଧନ ‘ୱିଥ ଦି ପ୍ୟୁପିଲ’ ସହ ଆରମ୍ଭ କରିଥିଲେ। ଭାରତୀୟ ଗଣତନ୍ତ୍ର ସହ ବିଶ୍ୱର ସର୍ବପୁରାତନ ଆମେରିକା ଗଣତନ୍ତ୍ରର ଅନେକ ସାମଞ୍ଜସ୍ୟ ଥିବା କହିଥିଲେ ହୋୟର।

ମହାତ୍ମାଗାନ୍ଧିଙ୍କୁ ହୋୟର ମହାନ ବ୍ୟକ୍ତିତ୍ୱ କହିବା ସହ ଏଭଳି ଯୁଗ ବିଭୂତିଙ୍କ ଜନ୍ମମାଟି ଭାରତକୁ ମହାନ ବୋଲି କହିଛନ୍ତି। ହୋୟରଙ୍କ ଉଦବୋଧନ ପରେ ‘ବୈଷ୍ଣବ ଜନ’ ଭଜନରେ ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱାଗତ କାର୍ଯ୍ୟକ୍ରମରେ ଅଭିଭୂତ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିଲାଗି ଟ୍ୱିଟ୍ ରେ ହଷ୍ଟନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

   Related Posts