Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମୋଦିଙ୍କୁ କିଏ ଧରେଇଲେ ଖଣ୍ଡା, କିଏ ପିନ୍ଧେଇଲେ ଖୋର୍ଦ୍ଧା ଗାମୁଛା?

24/12/2018 at 10:18 PM

ଭୁବନେଶ୍ୱର ୨୪/୧୨: ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଦଳୀୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । କିଏ ଫୁଲ ଦେଇଥିଲା ତ କିଏ ଉତ୍ତରୀୟ । ହେଲେ ସ୍ୱାଗତ ସମ୍ବର୍ଦ୍ଧନାରେ ଆକର୍ଷଣ ସାଜିଥିଲା ଖଣ୍ଡା ଓ ଗାମୁଛା । ଆପଣ ସ୍ୱାଭିମାନ ସଭାର ମଞ୍ଚରେ ମୋଦିଙ୍କ ହାତରେ ଖଣ୍ଡା ଦେଖିଥିବେ । ଭାଷଣ ଦେବା ବେଳେ କାନ୍ଧରେ ଏକ ଲାଲ୍ ଗାମୁଛା ଥିବାର ବି ଦେଖିଥିବେ । ଯାହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆସନ୍ତୁ ଜାଣିବା, ଏହି ଖଣ୍ଡା ଓ ଗାମୁଛା ମୋଦିଙ୍କୁ କିଏ ଦେଲେ । ଖୋର୍ଦ୍ଧା ହେଉଛି ପାଇକ ବୀରଙ୍କ ମାଟି । ଯେତେବେଳେ ପ୍ରଧାନମନ୍ତ୍ରୀ ଏଭଳି ବୀର ଭୂମିରେ ପହଞ୍ଚିଥିଲେ ଏହାକୁ ସ୍ମରଣୀୟ କରିବାକୁ ଭରପୁର ପ୍ରୟାସ କରିଥିଲା ବିଜେପି । ମଞ୍ଚ ଉପରେ ପାଇକ ବୀରଙ୍କ ସ୍ମୃତିରେ ଏକ ଖଣ୍ଡା ଦେଇ ସ୍ୱାଗତ ଜଣାଇଥିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଆଉ ଖୋର୍ଦ୍ଧା ଗାମୁଛାର ପ୍ରସିଦ୍ଧି ସାରା ଦେଶରେ ରହିଛି । ଖାସ୍ ଏଥିଲାଗି ତାଙ୍କୁ ଖୋର୍ଦ୍ଧାର ପ୍ରସିଦ୍ଧ ଲାଲ୍ ଗାମୁଛା ଦେଇ ସମ୍ବର୍ଦ୍ଧିତ କରିଥିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଯାହା ସଭା ସରିବା ଯାଏ ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ଶୋଭା ପାଉଥିଲା ।

   Related Posts