୯ କୋଟିରୁ ଅଧିକ କୃଷକଙ୍କ ଖାତାରେ ଜମା ହେଲା ୧୮ ହଜାର କୋଟି ଟଙ୍କା, ପିଏମ-କିଷାନ ନିଧି ଯୋଜନାରେ ପ୍ରଦାନ କଲେ ମୋଦୀ
25/12/2020 at 1:02 PM

ନୂଆଦିଲ୍ଲୀ, ୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଗୋଟିଏ ବଟନ୍ ଚାପି ସେ କୃଷକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଛନ୍ତି। ପିଏମଓ ଅନୁସାରେ ପ୍ରାୟ ୯ କୋଟିରୁ ଅଧିକ କୃଷକଙ୍କୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହାସହ ପ୍ରଧାନମନ୍ତ୍ରୀ ୬ଟି ରାଜ୍ୟର କୃଷକଙ୍କ ସହ କଥା ହେଉଛନ୍ତି । ପିଏମ-କିଷାନ ଓ କେନ୍ଦ୍ର ସରକାରଙ୍କ ଅନ୍ୟ କୃଷି କଲ୍ୟାଣ ଯୋଜନାକୁ ନେଇ କୃଷକମାନେ ନିଜର ଅଭିଜ୍ଞତା ମୋଦୀଙ୍କୁ ବିଭିନ୍ନ ରାଜ୍ୟର କୃଷକମାନେ କହୁଛନ୍ତି ।
ଏହି ଯୋଜନାରେ ପ୍ରତିବର୍ଷ ତିନୋଟି କିସ୍ତୀରେ କୃଷକଙ୍କ ଖାତାରେ ୬୦୦୦ ଟଙ୍କା ପଠାଯାଏ । ୨୦୦୦ ଟଙ୍କାର ରାଶି ତିନୋଟି କିସ୍ତୀରେ କୃଷକଙ୍କ ଖାତାରେ ଡିପୋଜିଟ୍ କରାଯାଏ । ଏହି କାର୍ଯ୍ୟକ୍ରମ ସେହି ସମୟରେ ହେଉଛି ଯେତେବେଳେ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଏକତ୍ର ହୋଇ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି । କିନ୍ତୁ ସରକାର କହୁଛନ୍ତି ଯେ, ଏହି ଆଇନ କୃଷକଙ୍କ ହିତକୁ ନଜରରେ ରଖି ଅଣାଯାଇଛି ।
ଏନେଇ ପ୍ରଧାନମନ୍ତ୍ରୀ ଗୁରୁବାର ଟ୍ୱିଟ୍ କରି କହିଛନ୍ତି ଯେ, ଶୁକ୍ରବାର ଦେଶର ଅନ୍ନଦାତାଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ । ଦିନ ୧୨ଟାକୁ ଭିଡିଓ କନଫରେନ୍ସିଂରେ ୯କୋଟିରୁ ଅଧିକ କୃଷକ ପରିବାରକୁ ପିଏମ-କିଷାନ ନିଧି ଯୋଜନାରେ ଲାଭ ମିଳିବ । ଏହି ଅବସରରେ ସେ ଅନେକ ରାଜ୍ୟର କୃଷକଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି ।