Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଭିନ୍ନ ସମସ୍ୟା ନେଇ ଚାନ୍ଦବାଲିରେ ମୋଦି ସେନା ସେବା ସଂଘର ଆମରଣ ଅନଶନ

26/07/2019 at 4:59 PM

ଚାନ୍ଦବାଲି ୨୬।୭ : ଚାନ୍ଦବାଲିରେ ଲାଗି ରହିଥିବା ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୋଦି ସେବାସଂଘ ପକ୍ଷରୁ ୫ ଗୋଟି ଦାବି ନେଇ ତହସିଲ ଅଫିସ ଆଗରେ ସଂଘ ପକ୍ଷରୁ ୧୫ ଦିନ ଗଣଧାରଣାରେ ବସିବା ପରେ ପ୍ରଶାସନ ଧାରଣାକାରୀଙ୍କ ଦାବିକୁ ଗ୍ରହଣ ନକରିବାରୁ ମୋଦି ସେବାସଂଘ ପକ୍ଷରୁ ଆଜିଠୁ ଆମରଣ ଅନସନ ଆରମ୍ଭ କରାଯାଇଛି ।

ଚାନ୍ଦବାଲିରେ ଶିଳ୍ପ ପ୍ରତିଷ୍ଠାନ ଆଦାନୀ ପୋର୍ଟରେ ବେକାରୀ ଯୁବକ ଯୁବତୀମାନଙ୍କୁ କର୍ମ ନିଯୁକ୍ତି, ବିପର୍ଯୟସ୍ତ ହୋଇପଡ଼ଥିବା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ଚାନ୍ଦବାଲିରେ ବିପଦପୂର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ବୈତରଣୀ ସେତୁ ମରାମତି ଆଦି ୫ ଦଫା ଦାବି ନେଇ ମୋଦି ସେବା ସଂଘ ଏହାର ସମାଧାନ ଦାବି କରି ୧୫ ଦିନ ଧାରଣା ଦେବା ପରେ ପ୍ରଶାସନ କର୍ଣ୍ଣପାତ ନକରିବାରୁ ଆଜିଠୁ ମୋଦି ସେନା ଆଜିଠୁ ଆମରଣ ଅନଶନ କରିଛି ।

   Related Posts