ମୋଦି ଭାରତ ମାତା କି ଜୟ କହୁଛନ୍ତି ,ହେଲେ ଅମ୍ଵାନୀ ପାଇଁ କାମ କରୁଛନ୍ତି ; ରାହୁଲ

Published By : Prameya-News7 Bureau | December 04, 2018 IST

ମାଲଖେରା;୪/୧୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ କଂଗ୍ରେସର ମୁଖ୍ୟ ରାହୁଲ ଗାନ୍ଧୀ  ରାଜସ୍ଥାନରେ କରିଛନ୍ତି ମାରାଥନ ଇଲେକସନ ପ୍ରଚାର  । ଜନସାଧାରଣଂକୁ  ଉଦବୋଧନ ଦେବାକୁ ବିଭିନ୍ନ ବିଭିନ୍ନ ଜାଗାରେ ଆୟୋଜନ  କରିଛନ୍ତ ଦଳୀୟ ସମର୍ଥକ । ଗୋଟେ ପଟେ ରାହୁଲ ଗାନ୍ଧୀ ମାଲଖେରା ,ବୁହାନା ,ସାଲୁମ୍ବରରେ ଉଦବୋଧନ ଦେବାବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ହନୁମାନଗଡ଼ ,ଶିକାର ,ଜୟପୁରରେ ଜନସାଧାରଣଂକୁ ଅଭିଭାଷଣ ପ୍ରଦାନ କରିଛନ୍ତି । ରାହୁଲ ଗାନ୍ଧି ମୋଦିଂକୁ ସିଧାସିଧା ଟାର୍ଗେଟ କରି କହିଛନ୍ତି –ଲୋକମାନେ ବୀମା ଯୋଜନାରେ ବୀମାରାଶି  ପାଉନାହାଁନ୍ତି ,ଏହା ଅମ୍ଵାନୀ ଭଳି ଲୋକଂକ ପାଖକୁ ଯାଉଛି । ଏହା ବୀମା ଯୋଜନା ନୁହେଁ, ଏହା  ଅନୀଲ ଅମ୍ଵାନୀ ଯୋଜନା   ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ,ମହିଳାମାନଂକୁ ଉଜ୍ଜଳା ଯୋଜନାରେ ଦିଆଯାଇଥିବା ଗ୍ୟାସ ମାଗଣାରେ  ବୋଲି କହୁଥିବା ମୋଦି ,କୁହନ୍ତୁ କାହିଁକି ୩୫୦ ଟଂକା ବଦଳରେ ୧୦୦୦ଟଂକା ସେମାନଂକୁ  ଦେବାକୁ ପଡ଼ୁଛି । ମୋଦି କଳାଟଂକା ପାଇଁ ଲଢ଼େଇ କରୁନାହାଁନ୍ତି ବଂର କଳାଟଂକା କିଭଳି ଧଳା ହୋଇପାରିବ ସେଥିପାଇଁ ଲଢ଼େଇ କରୁଛନ୍ତି । ମୋଦି ସବୁବେଳେ ତାଂକ ଭାଷଣରେ ଭାରତ ମାତା କି ଜୟ କହୁଛନ୍ତି ,କିନ୍ତୁ ଏହା ବଦଳରେ ଅମ୍ଵାନୀ କି ଜୟ , ନୀରବ ମୋଦି କି ଜୟ ,ଲଲିତ ମୋଦି କି ଜୟ କହିବା ଦରକାର । ଯଦି ସେ ଭାରତ ମାତା କି ଜୟ କହୁଛନ୍ତି ,ତାହେଲେ ଭାରତଭଳି କୃଷିପ୍ରଧାନ ଦେଶରେ କୃଷକଂକ କଥା କହୁନାହାଁନ୍ତି କାହିଁକି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ମୋଦି ତାଂକ ଭାଷଣରେ କେଉଁଠି ରାଫେଲ କଥା କହୁନାହାଁନ୍ତ । ସେ ଭୟ କରୁଛନ୍ତି । ସେ ଜନସାଧାରଣଂକ ଠାରୁ ୩୦୦୦୦ କୋଟି ଚୋରି କରି ଅମ୍ଵାନୀକୁ ଦେଇଛନ୍ତି ବୋଲି ରାହୁଲ ଗାନ୍ଧୀ ମୋଦିଂକୁ ସିଧା ଟାର୍ଗେଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.