Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

କନ୍ୟା ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଫେଲ୍ ବୋଲି କହିଲେ ମୋଦି, ନବୀନଙ୍କ ୯ପ୍ରଶ୍ନର ଦେଲେନି ଜବାବ

5/01/2019 at 5:23 PM

ବାରିପଦା ୫|୧: ପୁରୀରେ ମହିଳା ଶସକ୍ତୀକରଣ ମହାସମାବେଶ କରି ନବୀନ ଯୋଜନାର ପାହାଡ ଠିଆକରିଥିବବେଳେ ବାରିପଦା ଛଉପଡିଆ ମଞ୍ଚରୁ ନବୀନଙ୍କ ଛାତିକୁ ସିଧା ତୀର ମାରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ସମାବେଶରେ କହିଛନ୍ତି ଯେ, ଝିଅମାନହ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବହୁ ଯୋଜନା କରୁଛନ୍ତି । କିନ୍ତୁ ଓଡିଶା ତାର ଲାଭ ଉଠାଇ ପାରୁନାହିଁ । ବରଂ ପୁରୀ ଜିଲ୍ଲାର ଜଣେ ଝିଅ କିଭଳି ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ମରିଗଲା ତାର ଉଦାହରଣ ମୋଦି ଦେଇଥିଲେ । ମୋଦି ସିଧାସଳଖ ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣା ଆଡକୁ ଇଙ୍ଗିତ କରିଥିଲେ । ସେ କହିଥିଲେ ଯେ, ଝିଅମାନଙ୍କ ଉପରେ ସାମନ୍ୟ ଆଞ୍ଚ୍ ଆସିଲେ କେନ୍ଦ୍ର ସରକାର ବରଦାସ୍ତ କରିନାହାନ୍ତି । ଏପରିକି ଝିଅଙ୍କୁ ଅସମ୍ମାନିତ କରିଥିବା ଲୋକଙ୍କୁ ଫାଶୀ ଦଣ୍ଡ ମଧ୍ୟ ବିଧାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଝିଅଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ମୋଦି କହିଥିଲେ । ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଉପସ୍ଥାପନ କରିଥିଲେ ମୋଦି । ମୋଦି କହିଥିଲେ ଯେ, ଶିଶୁ କନ୍ୟାଙ୍କ ସୁରକ୍ଷା ଭଳି ନବଜାତ ଶିଶୁମାନଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ଇନ୍ଦ୍ରଧନୁଷ ଯୋଜନାରେ ଛୁଆମାନଙ୍କୁ ଟୀକାକରଣ କ୍ଷେତ୍ରରେ କେନ୍ଦ୍ର ସରକାର ଏବେ ସଂପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । କିନ୍ତୁ ୨୦୧୪ ମସିହାରେ ଟୀକାକରଣ ମାତ୍ର ୬୦ପ୍ରତିଶତ ହୋଇଥିଲା ।

ଖୋର୍ଦ୍ଧା ସମାବେଶରେ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ସରକାରଙ୍କୁ ଆକ୍ଷେପର ପ୍ରତିଉତ୍ତର ଦେଇ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କୁ ୯ଟି ପ୍ରଶ୍ନ ପଚାରିଥିଲେ । କେବଳ ସେତିକି ନୁହେଁ ଜଳ ସେଚନ କ୍ଷେତ୍ରରେ ସେଦିନ ମୋଦି ଯାହା କହିଥିଲେ ତାହା ସଂପୂର୍ଣ୍ଣ ମିଛ ବୋଲି ପ୍ରମାଣ କରିବପାଇଁ ନବୀନ ପଟ୍ଟନାୟକ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଜଳସେଚନ କ୍ଷେତ୍ରରେ ରାଜ୍ୟ ସରକାର ୬ଲକ୍ଷ ହେକ୍ଟର ଚାଷ ଜମିକୁ ଗତ ୪ବର୍ଷ ଭିତରେ ଜଳ ସେଚିତ କରିଥିବା ତଥ୍ୟ ପ୍ରମାଣ ମଧ୍ୟ ଦେଇଥିଲେ । ମୋଦିଙ୍କ ଭାଷଣ ପରେ ନବୀନଙ୍କ କଡା ଆଭିମୁଖ୍ୟକୁ ନଜରରେ ରଖି ଆଜି ବାରିପଦା ସମାବେଶରେ ମବୀନଙ୍କୁ ମୋଦି ଗୋଟି ଗୋଟିର ଜବାବ ଦେବେ ବୋଲି ଆଶା କରାଯାଉଥିଲା । ତେବେ ରାଜ୍ୟର ବିଜେପି କର୍ମୀମାନଙ୍କୁ ନିରାଶ କରି ମୋଦି କେବଳ ବିକାଶର କଥା କହିବା ସହ କେନ୍ଦ୍ରର କଂଗ୍ରେସ ଉପରେ ଗର୍ଜନ କରି ଫେରିଯାଇଛନ୍ତି ।

ମୋଦି ବାରିପଦା ଛଉପଡିଆରେ ଜୟ ଜଗନ୍ନାଥରୁ ତାଙ୍କ ଭାଷଣ ଆରମ୍ଭ କରିଥିଲେ । ମୟୁରଭଞ୍ଜର ରାଜା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଣେତା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ସାନ୍ତାଳୀ ଭାଷାର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମୋଦି ସ୍ମରଣ କରିବା ସହ ଏମାନଙ୍କର ଅବଦାନ ଅନନ୍ୟ ବୋଲି କହିଥିଲେ । ମୋଦି କହିଥିଲେ ଯେ ଅଟଳବିହାରୀ ବାଜପେୟୀଙ୍କର ବିଜେପି ସରକାର ହିଁ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେଇଥିଲେ ବୋଲି ମୟୁରଭଞ୍ଜବାସୀଙ୍କୁ ମୋଦି ମନେପକାଇଦେଇଥିଲେ । ସେ କହିଥିଲେ ଯେ, ତାଙ୍କ ରାଜ୍ୟ ଗୁଜରାଟ ଓ ଉତ୍ତରଓଡିଶା ଭିତରେ ଗଭୀର ସଂପର୍କ ରହିଛି । ମାହାତ୍ମା ଗାନ୍ଧି ଗୁଜୁରାଟର ଦାଣ୍ଡିଠାରେ ଓ ଉତ୍ତର ଓଡିଶାର ଇଞ୍ଚୁଡିଠାରେ ଲବଣ ସତ୍ୟାଗ୍ରହ କରିଥିଲେ ।

ଜୟ ଜଗନ୍ନାଥ କହିବା ପରେ ପ୍ରଧାନମନ୍ତ୍ରୀ ବନ୍ଦେ ମାତରମ୍ ବୋଲି ମଧ୍ୟ ନାରା ଦେଇଥିଲେ । ସେ କହିଥିଲେ ଯେ, ଏହି ନାରା ମଧ୍ୟ ଆଗାମୀ ଦିନରେ କିଛି ଲୋକଙ୍କ ପାଇଁ ଅଡୁଆ ସୃଷ୍ଟି କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଏହି ଆକ୍ଷେପରେ ସେ ସିଧାସଳଖ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳକୁ ଟାର୍ଗେଟ୍ କରିଥିଲେ । ଦେଶର ସୁରକ୍ଷାକୁ ମଧ୍ୟ କଂଗ୍ରେସ ବିଦେଶୀଙ୍କ ହାତରେ ବିକ୍ରି କରିଦେଇଛି ବୋଲି ମୋଦି କହିଥିଲେ ।

   Related Posts