ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ, କହିଲେ- ଏହି ଲୋକ କୃଷକଙ୍କୁ ଭୟଭୀତ କରିବା ସହ ଭ୍ରମିତ କରିବାକୁ ଷଡଯନ୍ତ୍ର କରୁଛନ୍ତି

Published By : Prameya-News7 Bureau | December 15, 2020 IST

କଚ୍ଛ ୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କଚ୍ଛ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ଦୁନିଆର ସର୍ବବୃହତ ନବୀକରଣୀ ଉର୍ଜା ପାର୍କର ଶିଳାନ୍ୟାସ୍ କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୃଷକ ଆନ୍ଦୋଳନ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି କୃଷକଙ୍କୁ ନେଇ କିଛି ଲୋକ ରାଜନୀତି କରୁଛନ୍ତି ଏବଂ ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ଚଲାଉଛନ୍ତି। ହେଲେ ସେହି  ଲୋକଙ୍କୁ ଦେଶର କୃଷକ ହରାଇ କି ହିଁ ରହିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ଆଖପାଖରେ ସଂପ୍ରତି କୃଷକଙ୍କୁ ଡରାଇବାକୁ ଷଡଯନ୍ତ୍ର କରୁଛନ୍ତି। ମୋଦୀ କହିଛନ୍ତି, ଯଦି କେହି ଆପଣଙ୍କ ସହ କ୍ଷୀର ନେବାକୁ ଚୁକ୍ତି କରେ ତେବେ କଣ ସେ ମଇଁଷି ନେଇ ଚାଲି ଯାଏ କି ? ଯେମିତି ସ୍ଵାଧୀନତା ପଶୁପାଳକଙ୍କୁ ମିଳିଛି ସେମିତି ସ୍ଵାଧୀନତା କୃଷକଙ୍କୁ ଆମେ ଦେଉଛୁ। ଅନେକ ବର୍ଷରୁ କୃଷକ ସଂଗଠନ ଏହି ଦାବି କରି ଆସୁଥିଲେ। କିନ୍ତୁ ବିରୋଧୀ ଆଜି କୃଷକଙ୍କୁ ଭ୍ରମିତ କରୁଛନ୍ତି। କିନ୍ତୁ ନିଜେ ସରକାରରେ ଥିବା ବେଳେ ଏମିତି କଥା କହୁଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସମୟ ଥିଲା ଏହି ଲୋକ ଆଇନର ଦାବି କରୁଥିଲେ। ଆଜି ବିରୋଧୀ ଆସନରେ ବସି କୃଷକଙ୍କୁ ଭ୍ରମିତ କରୁଛନ୍ତି। ସରକାର କୃଷକଙ୍କ ସାମୂହିକ ବିକାଶ ଲାଗି ଐତିହାସିକ ନିଷ୍ପତ୍ତି  ନେଇଛନ୍ତି। କୃଷକଙ୍କ ଆୟ ବୃଦ୍ଧି ସହ ସମସ୍ୟା କେମିତି କମ ହେବ ସେ ନେଇ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ନିଜର କୃଷକ ଭାଇମାନଙ୍କୁ ପୁଣି ଥରେ କହୁଛି ଯେ,  ବାରମ୍ବାର କହୁଛି ତାଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ସରକାର ୨୪ ଘଣ୍ଟା ପ୍ରସ୍ତୁତ। କୃଷକଙ୍କ ହିତ ହିଁ ପ୍ରଥମ ଦିନରୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହି ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.