Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ବିରୋଧୀଙ୍କ ମହାମେଣ୍ଟକୁ ନେଇ ମୋଦିଙ୍କ ମନ୍ତବ୍ୟ: କହିଲେ “ବାଃ କ୍ୟା ସିନ ହୈ”

19/01/2019 at 6:44 PM

ସିଲଭାସା ୧୯/୧ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ଏନଡିଏ ବିରୋଧୀ ଦଳର ନେତା ଓ ମନ୍ତ୍ରୀ | ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି ବିରୋଧୀ | ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାମନ ଡିଉ ଏବଂ ଦାଦର ନଗର ହବେଲିର ସିଲଭାସାରେ ଥାଇ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମହାମେଣ୍ଟ କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନୁହେଁ ବରଂ ଦେଶର ଜନତାଙ୍କ ବିରୋଧରେ | ଏହି ଅବସରରେ ମୋଦି ମହାମେଣ୍ଟକୁ ପରିହାସ କରିଛନ୍ତି |

ମୋଦି କହିଥିଲେ ଯେ, ମହାମେଣ୍ଟ ଗଠନ କରିବାରେ ବିରୋଧୀ ଦଳ ଏବେ ସମ୍ପୂର୍ଣ ଭାବେ ଏକ ହୋଇନାହାନ୍ତି ତଥାପି ପରସ୍ପର ମଧ୍ୟରେ ମୂଲଚାଲ ଆରମ୍ଭ କରିଦେଲେଣି | କିଛି ଦଳର ନେତା ନିଜେ ରକ୍ଷା ପାଇବା ପାଇଁ ଆଶ୍ରୟ ଖୋଜୁଛନ୍ତି | ସ୍ଥିତି ଏଭଳି ହୋଇଯାଇଛି ଯେ, ଯେଉଁ ସବୁ ଦଳ ପୂର୍ବରୁ କଂଗ୍ରେସକୁ ପାଣି ପିଇ ପିଇ ଗାଳି କରୁଥିଲେ ସେହିସବୁ ଦଳ ଆଜି ଏକଜୁଟ ହୋଇଯାଇଛନ୍ତି | ବିରୋଧୀ ଏଇଥିପାଇଁ ରାଗୁଚନ୍ତି ଯେ, ମୋଦି ଗରିବଙ୍କ ଅଧିକାର ଛଡେଇନେବା ଲୋକ, ଗରିବ ରାସନ, ଗରିବଙ୍କ ପେନସନ ହଡପ କରୁଥିବା ଦଲାଲଙ୍କୁ କାହିଁକି ବାହାର କରୁଛନ୍ତି | ମୋଦି ଭ୍ରଷ୍ଟାଚାର, ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିରୋଧୀ ଚିନ୍ତିତ | ମୋଦି କହିଛନ୍ତି ଯେ, ” ମୁଁ ଦେଶର ଉନ୍ନତି ପାଇଁ ସବକା ସାଥ ସବକା ବିକାଶ ମନ୍ତ୍ରରେ ଆଗେଇ ଚାଲିଛି |”

କୋଲକାତାରେ ମମତା ବାନାର୍ଜୀଙ୍କ ରାଲିକୁ ଟାର୍ଗେଟ କରି ମୋଦି କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଜଣେ ମାତ୍ର ବିଧାୟକ ଅଛନ୍ତି | କିନ୍ତୁ ବିଜେପି ବିରୋଧରେ ସେଠାରେ ଦେଶର ସମସ୍ତ ଦଳ ଏକାଠି ହୋଇଗଲେ | ସେ ସତ୍ୟର ମାର୍ଗରେ ଚାଲୁଛନ୍ତି ବୋଲି ସମସ୍ତେ ତାଙ୍କ ବିପକ୍ଷରେ ଛିଡା ହୋଇଛନ୍ତି ବୋଲି ସେ କହିଛନ୍ତି | ସେଥିପାଇଁ ବିଜେପିର ଏକ ମାତ୍ର ବିଧାୟକଙ୍କୁ ମଧ୍ୟ ଏମାନେ ଡରିଗଲେ ବୋଲି କହିଛନ୍ତି | ମୋଦି ଆହୁରି କହିଛନ୍ତି ଯେ, ଯେଉଁମାନେ ନିଜ ରାଜ୍ୟରେ ହିଁ ଲୋକତନ୍ତ୍ରକୁ ଗୋଡରେ ଦଳିଚକଟି ଦେଉଛନ୍ତି, ସେହିମାନେ ହିଁ ଏବେ ଲୋକତନ୍ତ୍ରକୁ ବଞ୍ଚଇବା କଥା କହୁଛନ୍ତି | ଏହାକୁ ଦେଖି ଜନତା “ବାଃ କ୍ୟା ସିନ ହୈ” ବୋଲି କହୁଛନ୍ତି ବୋଲି କହିଛନ୍ତି ମୋଦି |

ମୋଦି ଆଜି ଡାମନ ଡିଉ ଏବଂ ଦାଦର ନଗର ହବେଲିରେ ପ୍ରଥମ ମେଡିକାଲ କଲେଜର ଉଦଘାଟନ କରିଛନ୍ତି | ସେ କହିଥିଲେ ଯେ, ସ୍ୱାଧୀନତା ପରେ ଡାମନ ଡିଉ ଏବଂ ଦାଦର ନଗର ହବେଲିକୁ ପ୍ରଥମ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି | ଏହି ମେଡିକାଲ କଲେଜରେ ୧୫୦ ସିଟ ରହିଛି | ପରବର୍ତ୍ତୀ ସମୟରେ ସିଟ ସଂଖ୍ୟା ବଢିବ ବୋଲି ମୋଦି କହିଥିଲେ | ମେଡିକାଲ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସିଲଭାସାରେ ୨୫୦ ସିଟ ବିଶିଷ୍ଟ ପାରା-ମେଡିକାଲ ଏବଂ ଦାମନରେ ନର୍ସିଙ୍ଗ ପାଇଁ ୫୦ ସିଟ ବ୍ୟବସ୍ଥା ରହିଛି | ଏଭଳି ବ୍ୟବସ୍ଥା ଯୋଗୁଁ ଏଠାରେ ସ୍ୱାସ୍ଥ୍ୟ ସେବା ପୂର୍ବ ଅପେକ୍ଷା ଉନ୍ନତି କରିବ ବୋଲି ମୋଦି କହିଥିଲେ |

ମୋଦି କହିଛନ୍ତି ଯେ, ସବକା ସାଥ ସବକା ବିକାଶ ମନ୍ତ୍ରରେ ଚାଲୁଥିବା କେନ୍ଦ୍ର ସରକାର ବିକାଶ ପଞ୍ଚଧାର ପାଇଁ ପୁର୍ଣ ରୂପେ ସମର୍ପିତ | ଏଥିରେ ପିଲାଙ୍କ ପାଠପଢା, ବୟସ୍କଙ୍କ ଔଷଧ, ଚାଷୀଙ୍କ ଋଣ ବ୍ୟବସ୍ଥା, ଏବଂ ସାଧାରଣ ଜନତାଙ୍କ ହିତ ସାମିଲ ରହିଛି | ଏହି ପଞ୍ଚଧାର ବିକାଶର ମାର୍ଗ ବୋଲି ମୋଦି କହିଛନ୍ତି | ସେ ଆହୁରି କହିଛନ୍ତି ଯେ, ସରକାର ପ୍ରତ୍ୟେକ ଲୋକଙ୍କୁ ଘର ଯୋଗେଇ ଦେବାପାଇଁ ପ୍ରତିବଦ୍ଧ | ଯେଭଳି ଦେଶରେ କେହି ମଧ୍ୟ ଗରିବ ନରୁହନ୍ତୁ | କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଥିଲେ ଯେ, କଂଗ୍ରେସ ୫ ବର୍ଷରେ ୨୫ ଲକ୍ଷ ଘର ତିଆରି କରିଥିଲା | ଅପରପକ୍ଷରେ ବିଜେପି ସରକାର ୫ ବର୍ଷ ମଧ୍ୟରେ ୧ କୋଟି ୨୫ ଲକ୍ଷରୁ ଅଧିକ ତିଆରି କରିଛି |

   Related Posts