ନିର୍ବାଚନ ପୂର୍ବରୁ ବିକାଶର ବାସ୍କେଟ ନେଇ କ୍ରିସ୍ ମାସରେ ସାନ୍ତା ହେବା ପାଇଁ ପ୍ରୟାସ କରିଛନ୍ତି ମୋଦି: ରାଜ୍ୟର ବିକାଶକୁ ବିଜେପି ଅଧିକ ଗୁରୁତ୍ୱ ଦେଉଛି ବୋଲି ବାର୍ତ୍ତା ଦେଇଛନ୍ତି

Published By : Prameya-News7 Bureau | December 24, 2018 IST

ଭୁବନେଶ୍ୱର ୨୪/୧୨ : ଓଡିଶାରୁ ହେଉଛି ପୂର୍ବଦ୍ବୟର ବିକାଶ । ପୁରା ପୂର୍ବ ଭାରତର ବିକାଶ କିଭଳି ବିଜେପି ରାଡାରରେ ଅଛି ସେହି ବାର୍ତା ଦେବାକୁ ବିଜେପିର ପ୍ରୟାସ । ସେଥିପାଇଁ  ଆଜି ମୋଦି ଓିଡିଶା ଗସ୍ତରେ ଆସି ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଛନ୍ତି । ନିର୍ବାଚନ ଆଉ ମାତ୍ର ୩ ରୁ ୪ ମାସ ଥିବାବେଳେ ମୋଦିଙ୍କ ଏଭଳି ବିକାଶ ମନ୍ତ୍ର ବିଜେପିର ଫୋକସ ଓଡିଶାକୁ ଦୋହରାଇଛି। ….

{"id":66845}

ଓଡିଶା ମିଶନରେ ମୋଦି । ନିର୍ବାଚନ ପୂର୍ବରୁ ବିକାଶର ବାସ୍କେଟ ନେଇ କ୍ରିସ୍ ମାସରେ ସାନ୍ତା ବନିବାର ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ।  ଆଜି ଓଡିଶା ଗସ୍ତରେ ଥିବା ମୋଦି ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଛନ୍ତି । ଅରଗୁଳ ଆଇଆଇଟି କ୍ୟାମ୍ପସର ଲୋକାର୍ପଣ କରିବା ସହ ପାରାଦ୍ବୀପ –ହାଇଦ୍ରାବାଦ ପାଇପଲାଇନ ଓ ବୋକାରୋ-ଅନୁଗୁଳ ଗ୍ୟାସ ପାଇପଲାଇନର ଶିଳାନ୍ୟାସ କରିଛନ୍ତି । ଅନେକ ଜାତୀୟ ରାଜପଥର ପ୍ରଶସ୍ତି କରଣ ପାଇଁ ଭୂମିପୂଜନ ହୋଇଛି । ଲଳିତଗିରିରେ ପ୍ରତ୍ନତାତ୍ବିକ ସଂଗ୍ରହାଳୟ, ପାଇକ ବିଦ୍ରୋହର ସ୍ମାରକ ମୁଦ୍ରା ଓ ଡାକ ଟିକେଟ୍‌ ଜାରିକରିଛନ୍ତି ପ୍ରଧାନମନ୍ତ୍ରୀ । ସେହିଭଳି ଭୁବନେଶ୍ବର ଥିବା ଇଏସଆଇ ହସ୍ପିଟାଲରେ ୫୦ ରୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବାକୁ ଲୋକାର୍ପଣ କରାଯାଇଛି । ନିର୍ବାଚନ ପୂର୍ବରୁ ଓଡିଶା ପାଇଁ କେବଳ ଭାଷଣ ନଦେଇ ଠୋସ୍ ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇଛନ୍ତି ମୋଦି । କହିଛନ୍ତି ପୂର୍ବଭାରତର ବିକାଶ ପାଇଁ କେନ୍ଦ୍ରର ବିଜେପି ସରକାର ପ୍ରତିଶୃତିବଦ୍ଧ ।

{"id":66846}

ତେବେ ଏସବୁ ଲୋକାର୍ପଣ ଓ ଉଦଘାଟନ ଭିତରେ ସାମ୍ନାକୁ ଆସିଥିଲା ବରୁଣେଇ ନିକଟରେ ବକ୍ସି ଜଗବନ୍ଧୁ ସ୍ମାରକୀ ପାଇଁ ଜାଗା ନମିଳିବାକୁ ନେଇ ଟଣା ଓଟରା ପ୍ରସଙ୍ଗ। ସେଠାରେ ୧୯୦ କୋଟିର ଏକ ସ୍ମାରକୀ ଗଠନ କରିବାକୁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିସାରିଛନ୍ତି। କିନ୍ତୁ ରାଜ୍ୟ ସରକାର ଜାଗା ଦେଉନଥିଲେ ବୋଲି ଅଭିଯୋଗ କରୁଥିଲା ବିଜେପି। ଆଜି କିନ୍ତୁ ଉଦଘାଟନି ଉତ୍ସବରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ଏଥିପାଇଁ ଜାଗା ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ନବୀନ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଯେଉଁ ସବୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ତାକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ମୋଦିଙ୍କ ଆଜିର ଓଡିଶା ଗସ୍ତର ପୂରା ଫୋକସ ଥିଲା ବିକାଶ ଉପରେ। ରାଜନୀତି ଅପେକ୍ଷା ରାଜ୍ୟର ବିକାଶକୁ ବିଜେପି ଅଧିକ ଗୁରୁତ୍ବ ଦେଉଛି ବୋଲି ଏଭଳି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ମୋଦି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.